ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତିକ ମାତୃ ଦିବସ ପାଳିତ
ହାଟଡିହିି, (ବିକାଶ ବିଶ୍ୱାଳ):ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତିକ ମାତୃ ଦିବସ ପାଳିତ ହୋଇଯାଇଛି । ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟର ହାଟଡିହି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ ମା’ ମାନେ ଯୋଗଦେଇଥିଲେ । ପ୍ରାରମ୍ଭରେ ଜୟଦୁର୍ଗା ଫାଉଣ୍ଡେସନର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଓ ସଦସ୍ୟ ମାନଙ୍କ ଦ୍ୱାରା ମାତୃପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମା’ ମାନଙ୍କୁ ଉତ୍ତରୀୟ ଓ ବସ୍ତ୍ର ପ୍ରଦାନ ସହିତ ଫୁଲ ଚନ୍ଦନ ଦେଇ ବନ୍ଦାପନା କରିଥିଲେ । ଏହି ଅବସରରେ ଯୋଗଦେଇଥିବା ମା ମାନେ ସେମାନଙ୍କ ସନ୍ତାନ ସନ୍ତତୀଙ୍କ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ନିଜ ନିଜର ଅନୁଭୁତୀ ସମ୍ପର୍କରେ ଆଲୋକପାତ କରିଥିଲେ । ପରେ ଟ୍ରଷ୍ଟର ସଦସ୍ୟ ସଦସ୍ୟା ମାନେ ବିଶ୍ୱ ମାତୃତ୍ୱ ଦିବସ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବିଶେଷକରି ବିଶ୍ୱ ମାତୃତ୍ୱ ଦିବସ ଗୋଟିଏ ଦିନ ନୁହଁ । ସବୁଦିନ ପିତା ମାତାଙ୍କ ସେବା କରିବା ଉଚିତ । ଜନନୀ ଜନ୍ମଭୁମୀଶ୍ଚ ସ୍ୱର୍ଗାଦପି ଗରିୟସୀ । ଯଥାର୍ଥରେ ମା’ ମାଟି ଠୁଁ ଅନନ୍ତ ଆକାଶ ଯାଏ ପରିବ୍ୟାପ୍ତ । ମା’ ହେଉଛି ସର୍ବଂସହା ଧରିତ୍ରୀ । ମା ହେଉଛି ପ୍ରଥମ ଗୁରୁ, ସେ ତାର ସମସ୍ତ ସତ୍ତାକୁ ବାଣ୍ଟି ବାଣ୍ଟି ଜଗତକୁ ସୁନ୍ଦର ଓ ସଫଳ ସନ୍ତାନଟିଏ ଜନ୍ମଦେଇ ସୁନ୍ଦର ବିଶ୍ୱଟିଏ ନିର୍ମାଣ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥାଏ । କିନ୍ତୁ ଏବେ ଅନେକ ସନ୍ତାନ ସନ୍ତତୀ ସେମାନଙ୍କ ବୃଦ୍ଧ ପିତାମାତାଙ୍କୁ ବହୁ ଦୁଃଖକଷ୍ଟ ଦେଇ ନିର୍ଯ୍ୟାତନା ଦେବାକୁ ପଛାଉ ନାହାନ୍ତି । ତେଣୁ ଆଜିର ଯୁବପିଢ଼ି ଏଥିପ୍ରତି ସଜାଗ ରହିବାକୁ ଟ୍ରଷ୍ଟର କର୍ମକତ୍ତା ମାନେ ଆହ୍ୱାନ ଦେଇଥିଲେ । ଏଥିରେ ଟ୍ରଷ୍ଟର ସଭାପତି ଉମାକାନ୍ତ ରାଉତ, ସଂଯୋଜିକା ଶ୍ରୀଲେଖା ଜେନା, ଅର୍ଜୁନ ଖଣ୍ଡା, କିଶୋର ସିଂ, ରାଜଲେକ୍ଷ୍ମୀ ବେହେରା, ସନ୍ତୋେ ଖୁଣ୍ଟିଆ, ଧର୍ମେନ୍ଦ୍ର ମଲ୍ଲିକ, ପର୍ଶୁରାମ ସା, ବିଜୟ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


