ଜୟଦେବଙ୍କ ପାଇଁ ଏକଯୁଟ ହେଲେ ଦଲକି ପିତାନାଉ ଗ୍ରାମବାସୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଜୟଦେବଙ୍କ ପାଇଁ ଏକଯୁଟ ହେଲେ ଦଲକି ପିତାନାଉ ଗ୍ରାମବାସୀ। ହଦଗଡ଼ ଗ୍ରାମପଞ୍ଚାୟତ ସଭାପତି ଟିକନ ନାୟକଙ୍କ ସଭାପତିତ୍ୱରେ ଆଦିବାସୀ ଅଧୁଷିତ ଅଞ୍ଚଳ ଦଲକି ଏବଂ ପିତାନାଉ ଦୁଇଟି ଗାଁ ରେ ସମସ୍ତ ବୁଡି ଅଞ୍ଚଳର ଲୋକମାନଙ୍କୁ ନେଇ ଆଜି କଂଗ୍ରେସର ଏକ ସଭା ହୋଇଥିଲା l ଏହି ସଭାରେ ଶତାଧିକ ମହିଳା, ଆଦିବାସୀ ନେତା ଓ କଂଗ୍ରେସ କର୍ମୀମାନେ ଯୋଗଦେଇ ଆଦିବାସୀ ବିରୋଧୀ ଉଭୟ ବିଜେଡି ଓ ବିଜେପିର ଅନ୍ୟାୟ, ଅତ୍ୟାଚାର ବିରୋଧ ରେ ନିଜର ପ୍ରତିକ୍ରିୟା ରଖିବା ସହିତ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପରାଜୟ ପରଠାରୁ ସମସ୍ତେ ଅବ୍ୟବସ୍ଥା ଭିତରେ ଜୀବନଯାପନ କରୁଛନ୍ତି ବୋଲି ମତ ପ୍ରକାଶ କରିଥିଲେ l ଏବଂ ସେମାନଙ୍କର ସମସ୍ୟା ଶୁଣିବା ସହ ଚଳିତ ନିର୍ବାଚନ ରେ କଂଗ୍ରେସ ବିଜୟୀ ହେଲେ ସମାନଙ୍କର ପ୍ରତ୍ୟେକ ଟି ସମସ୍ୟା କିଭଳି ଭାବରେ ଦୁର କରାଯିବ ଓ କଂଗ୍ରେସ ଦେଇଥିବା ସମସ୍ତ ଗ୍ୟାରେଣ୍ଟି ସମ୍ବନ୍ଧରେ ଉଦବୋଧନ ଦେଇଥିଲି lଉକ୍ତ ସଭାରେ ହଦଗଡ଼ ପଂଚାୟତ ର ଆଦିବାସୀ ନେତା ଦୁର୍ଗା ମୁର୍ମୁ, ବାଙ୍ଗୋର ପଞ୍ଚାୟତ ସଭାପତି ଶିଶିର ରାଉତ, ବାଲିବାରେଇ ପଞ୍ଚାୟତ ତଥା ହାଟଡିହି ବ୍ଲକର ବରିଷ୍ଠ କଂଗ୍ରେସ ନେତା ହରିଶ୍ଚନ୍ଦ୍ର ଜେନା, ହାଟଡିହି ବ୍ଲକ ଅନୁସୂଚିତ ଜାତି ସଭାପତି ପ୍ରବୀଣ କୁମାର, ଆନନ୍ଦପୁର ବ୍ଲକ ସଭାପତି ବିଷ୍ଣୁ ପ୍ରସାଦ ସାହୁ ପ୍ରମୁଖ ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ