ଜୟଦେବଙ୍କ ପୀଠ କେନ୍ଦୁଲି ରେ ଭକ୍ତକବି ଜୟଦେବଙ୍କ  ଜୟନ୍ତୀ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡିଶୀ ନୃତ୍ୟ, ସଂଗୀତ ଆଜି ଭକ୍ତକବି ଜୟଦେବଙ୍କ ପାଇଁ ବଂଚି ରହିଛି ।  ଜୟଦେବଙ୍କ ଦ୍ୱାରା ରଚିତ ଗୀତଗୋବିନ୍ଦ ଆମ ଜାତିକୁ ପରିଚୟ ଦେଇଛି । ଗୀତଗୋବିନ୍ଦର ରଚନା ଶୈଳୀ, ତାଳ ଓ ରାଗ ସୃଷ୍ଟିର ସ୍ୱତନ୍ତ୍ରତା ରହିଛି । ଆମ୍ଭେମାନ  ଗୀତଗୋବିନ୍ଦ ଓ ଆମ ସଂସ୍କୃତି  ସଂପର୍କରେ ଅଧିକରୁ ଅଧିକ ଜାଣିବାର ଆବଶ୍ୟକତା ରହିଛି  ବୋଲି ଆଜି ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଭକ୍ତ କବି ଜୟଦେବଙ୍କ ପୀଠ କେନ୍ଦୁଲି(କେନ୍ଦୁବିଲ୍ୱ) ଠାରେ  ଅନୁଷ୍ଠିତ ଜୟଦେବ ଜୟନ୍ତୀରେ  ମୁଖ୍ୟ ଅତିଥିଭାବେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର  ପ୍ରକାଶ କରିଛନ୍ତି । ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ତଥା କବି ଡଃ. ପ୍ରସନ୍ନ କୁମାର ପାଟଶାଣୀ, ଓଡିଶା  ରାଜ୍ୟ  ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ଶ୍ରୀ ପ୍ରିୟଦର୍ଶୀ ମିଶ୍ରଉପଜିଲ୍ଲାପାଳ , ଭୁବନେଶ୍ୱର ଶ୍ରୀ ଦେବବ୍ରତ ସହୁ, ମଣ୍ଡଳ ଉନ୍ନୟନ ଅଧିକାରୀ , ବାଲିଅନ୍ତା ଶ୍ରୀ ନାରାୟଣ ଚନ୍ଦ୍ର ନାୟକ, ତହସିଲଦାର ଶ୍ରୀ ସରୋଜ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କର ପରମ ପ୍ରିୟ ଭକ୍ତକବି ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ଏବଂ ଓଡିଶା ତଥା ଅଂଚଳର ସାଂସ୍କୃତିକ ଐତିହ୍ୟ  ସଂପର୍କରେ ବକ୍ତବ୍ୟ ରଖିଥିଲେ । ରାଜ୍ୟ  ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ଶ୍ରୀ ମିଶ୍ର ଜୟଦେବ ପୀଠର ଉନ୍ନତି ପାଇଁ ଆବଶ୍ୟକ ସହଯୋଗ କରାଯିବ ବୋଲି ପ୍ରକାଶ କରିଥିଲେ ।  ରାଜ୍ୟ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା, ପଞ୍ଚାୟତ ସମିତି, ବାଲିଅନ୍ତା,  ଜୟଦେବ ପଂଚାୟତର ମିଳିତ ଆୟୋଜନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା lଜୟଦେବ ପଂଚାୟତର ସରପଂଚ  ଶ୍ରୀ ପୂର୍ଣ୍ଣଚନ୍ଦ୍ର ଭୋଇ, ସମିତି ସଭ୍ୟ ଶ୍ରୀ ଭାବଗ୍ରାହୀ ମୁଖୀ ଓ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର କର୍ମକର୍ତ୍ତା ଓ ଅଂଚଳର ବହୁ ଜନସାଧାରଣ ଏହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ଅଧିକାରୀ  ଚୌଧୁରୀ ଅରବିନ୍ଦ ଦାସ, ଖୋର୍ଦ୍ଧା ଓ ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଯଥାକ୍ରମେ ଶ୍ରୀମତୀ ପୁଷ୍ପାଞ୍ଜଳି ପାଇକରାୟ ଓ ପଠାଣି ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଜୟଦେବ ଜୟନ୍ତୀ ପରିପ୍ରେକ୍ଷୀରେ ଜୟଦେବ ପୀଠରେ ଅନୁଷ୍ଠିତ ହୋଇଥିବା ଯଜ୍ଞକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ