ଜୟନ୍ତୀ ଦେବୀଙ୍କ ପାଇଁ ଆଜି ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନିରଞ୍ଜନ ପଟ୍ଟନାୟକଙ୍କ ସୁପୁତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ, ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା, ରାଜ୍ୟସଭା ଓ ଲୋକସଭାର ସାଂସଦ ଏବଂ ନିଖିଳ ଭାରତ ମହିଳା କଂଗ୍ରେସର ପୂର୍ବତନ ସଭାନେତ୍ରୀ ସ୍ୱର୍ଗୀୟା ଜୟନ୍ତୀ ପଟ୍ଟନାୟକଙ୍କ ସ୍ମୃତିରେ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ବୁଦ୍ଧ ମନ୍ଦିର ସଭାଗୃହରେ ପ୍ରଫେସର ଡଃ ହରେକୃଷ୍ଣ ଶତପଥୀଙ୍କ ପୌରହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ । ଏହି ଶ୍ରଦ୍ଧାଞ୍ଜଳି ସଭାକୁ ଶିବାନନ୍ଦ ସନ୍ଥ ପରମ୍ପରାର ସନ୍ଥ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ ମହାରାଜ ଉଦ୍ଘାଟନ କରିବେ । ସମସ୍ତ ଦଳର ସଭାପତି ଓ ସାଧାରଣ ସମ୍ପାଦକମାନଙ୍କୁ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି ବୋଲି ଆୟୋଜକ ରାଜ୍ୟ ପୂଜ୍ୟ ପ୍ରଣାମ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।


