ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା
ବାଲେଶ୍ୱର, (ସରୋଜ ପଣ୍ଡା):ଲୋକସଭାରେ ଓଡ଼ିଶାର ପ୍ରଥମ ମହିଳା ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଜିଲା କଂଗ୍ରେସ ସଭାପତି ସଂଜୀବ କୁମାର ଗିରି ଏଥିରେ ସଭାପତିତ୍ୱ କରିବା ସହିତ ଦିବଂଗତ ଜୟନ୍ତୀ ପଟ୍ଟନାୟକଙ୍କ ଜୀବନାଦର୍ଶ ଓ ରାଜନୈତିକ ର୍କାଯ୍ୟଧାରା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ଓଡିଶା ପ୍ରଭାରୀ ଅବଦୁଲ କଲାମ ଖାଁ, ରାଜ୍ୟ ଅଧ୍ୟକ୍ଷ ଜିଆୟୁଲ ହକ, ପିସିସି ସମ୍ପାଦିକା ଅର୍ଚ୍ଚନା ନନ୍ଦି, କେକେସି ରାଜ୍ୟ ଉପାଧ୍ୟକ୍ଷା ଜ୍ୟୋସ୍ନା ସେନାତି, ମହିଳା କଂଗ୍ରେସ ଜିଲା ସଭାପତି ପ୍ରଜ୍ଞାପରାମିତା ମହାନ୍ତି, ବାସନ୍ତୀ ସାମଲ, କେକେସି ଜିଲ୍ଲା ଅଧ୍ୟକ୍ଷ ବିକାଶ କୁମାର ଦାସ, ଅରୁଣ ଜେନା, ସେକ ଅଜ଼ଗର ଅଲ୍ଲୀ, ସେକ ୟୁନୁସ, ମିର ଅବଦୁଲ ମସଜିଦ, ସେକ ଅରଫାନ, ସେକ ମୋତିଲାଲ, ସେକ ମଜିଦ, ସେକ ଅଜିମ, ସୁବ୍ରତ ପ୍ରଧାନ ପ୍ରମୁଖ ଏଥିରେ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ ।


