ଜୟପାଟଣା କୁ ୭୨ ଘଣ୍ଟା ସଟଡାଉନ କଲେ ସରପଞ୍ଚ ,ମୁଖୀଗୁଡା ହେଲା ୭ଦିନ ପାଇଁ ସିଲ
କଳାହାଣ୍ଡି, (ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲାରେ କିଛି ଦିନ ହେବ କରୋନା ପୋଜେଟିଭ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡ଼ିଛି। ଜୟପାଟଣା ବ୍ଲକ ବାନେର ଗ୍ରାମପଞ୍ଚାୟତ ରେ ଗୋଟିଏ ଓ ମୁଖୀଗୁଡା ଗ୍ରାମପଞ୍ଚାୟତ ରେ ୪ ଟି ଏମିତି ବ୍ଲକରେ ୫ଟି ପୋଜେଟିଭ ଚିହ୍ନଟ ହୋଇଛି।ମୁଖୀଗୁଡା ଗ୍ରାମର ଚାରିଜଣ ବ୍ରହ୍ମପୁର ଫେରନ୍ତା ହୋମକରେଣ୍ଟଇନ ରେ ଥିବା ବେଳେ ତାଙ୍କ ପୋଜେଟିଭ ରିପୋର୍ଟ ଆସିଥିଲା।ତେଣୁ ମୁଖୀଗୁଡା ଗ୍ରାମପଞ୍ଚାୟତ କୁ ୬ଦିନ ପାଇଁ ସଟଡାଉନ କରାଯାଇଛି।ତେଣୁ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଜୟପାଟଣା ସରପଞ୍ଚ ଦିଲପ ରାଉତ ଜିଲ୍ଲାପାଳ କ୍ଷମତା ବଳରେ ଜୟପାଟଣା ଗ୍ରାମପଞ୍ଚାୟତ କୁ ୭୨ଘଣ୍ଟା ସଟଡାଉନ ଘୋଷଣା କରିଛନ୍ତି।ଅତିଆବଶ୍ୟକ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର ଓ କାର୍ଯ୍ୟାଳୟ ବନ୍ଦ ରହିଛି।