ଜୟପାଟଣା ଜଙ୍ଗଲ ବିଭାଗ ଦ୍ଵାରା ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ,ଜଣେ ଅଟକ
କଳାହାଣ୍ଡି, (ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଜୟପାଟଣା ରେଞ୍ଜ ଅନ୍ତର୍ଗତ ବଡକର୍ଲାକୋଟ ପାବଳୀ ଗ୍ରାମରେ ବନଖଣ୍ଡ ଅଧିକାରୀ ଟି.ଅଶୋକ କୁମାର (ଆଇଏଫଏସ) ଙ୍କ ନିର୍ଦ୍ଦେଶ କ୍ରମେ ଭବାନୀପାଟଣା ଡିଭିଜନ ମୋବାଇଲ ସ୍କୁଆଡ ର ବନପାଳ ପଦ୍ମଲୋଚନ ଶବର ,ଫରେଷ୍ଟ ଗାର୍ଡ ଜଗନ୍ନାଥ ନାଏକ ଙ୍କ ସହ ସଦଲବଲ ଓ ଜୟପାଟଣା ରେଞ୍ଜ ଅଫିସର କେଶବ ଶବରଙ୍କ ଟିମ ଡେପୁଟି ରେଞ୍ଜର ନବୀନ କୁମାର ପଣ୍ଡା, ବନପାଳ ସୁରେନ୍ଦ୍ର ବେହେରା, ସୌରେନ୍ଦ୍ରୀ ବାଗ, ଫରେଷ୍ଟ ଗାର୍ଡ ରବୀନ୍ଦ୍ର ମିଶ୍ର, ସମରେନ୍ଦ୍ର ପଣ୍ଡା, ଚିନ୍ମୟ ଦାସ, ସୁଚିତ୍ର ପ୍ରଧାନ, ରଞ୍ଜିତା ଖଡ଼ିଆ, ଲଳିତ ନାଏକ ଲମ୍ବୋଦର ଶବର ମିଳିତ ଚଡାଉରେ ବିପୁଳ ପରିମାଣରେ ଶାଗୁଆନ ପଟା ଜବତ।ଯାହାର ଆନୁମାନିକ ମୂଲ୍ୟ ଲକ୍ଷ୍ୟାଧିକ ଟଙ୍କା ଥିବା ଜଣାପଡ଼ିଛି ।ଏ ନେଇ ପାବଳୀ ଗ୍ରାମରୁ ଘାସିରାମ ଦୁର୍ଗାକୁ ଅଟକ ରଖିଥିବା ବେଳେ ତଦନ୍ତ ପରେ ମୁଖ୍ୟ କାଠ ମାଫିଆକୁ ଗିରଫ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି