ଜୟପାଟଣା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘରୋଇ କଳହରୁ ମହିଳାଙ୍କ ଆତ୍ମହତ୍ୟା

କଳାହାଣ୍ଡି, (ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚାନ୍ଦପୁର ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରାଥମିକ ସୂଚନା ରୁ ସାମାନ୍ୟ ଘୋରୋଇ କଳହରୁ ଗାଁ ର ବିବାହିତ ମହିଳା ରୀନା ଗମାଙ୍ଗ ନିଜ ଘର ଛାତରେ ଲାଗିଥିବା ପାଇପରେ ବେକରେ ଶାଡୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ରୀନା ଙ୍କ ଘର ଗଜପତି ଜିଲ୍ଲା ରୁଡ଼ାଇ ର ହୋଇଥିବା ବେଳେ ସେ ବାଙ୍ଗାଲୋର ରେ ସିଲେଇ କାମ କରୁଥିଲେ।ବାଙ୍ଗାଲୋର ରେ ଜୟପାଟଣା ଥାନା ଚାନ୍ଦପୁର ଗାଁର ଡମୁ ଝଡ଼ିଆ ମଧ୍ୟ ରୀନା କାମ କରୁଥିବା କମ୍ପାନୀ ରେ କାମ କରୁଥିବା ବେଳେ ଦୁଇ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।ପରବର୍ତ୍ତୀ ସମୟରେ ଦୁହେଁ ପ୍ରେମବିବାହ କରିଥିବା ବେଳେ ତାଙ୍କର ୧୦ମାସର ପୁଅ ଅଛି।ଦେଢ଼ ବର୍ଷ ହେଲା ଦୁହେଁ ସ୍ଵାମୀ ସ୍ତ୍ରୀ ଡମୁଙ୍କ ନିଜ ଘର ଚାନ୍ଦପୁରରେ ରହୁଥିବା ବେଳେ ଗତକାଲି ଅପରାହ୍ନରେ ଡମୁ ଙ୍କ ପରିବାର ଲୋକେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ପାଇଁ ସିମେଣ୍ଟ ଆଣିଥିଲେ।ସିମେଣ୍ଟ ଡମୁ ଙ୍କ ଘରେ ରଖିବା ନେଇ ଗତ ରାତ୍ରିରେ ରୀନା ଓ ଡମୁଙ୍କ ଘର ଲୋକ ମଧ୍ୟରେ ପାଟିତୁଣ୍ଡ ହୋଇଥିଲେ।ସାମାନ୍ୟ ପାଟିତୁଣ୍ଡ ରେ ରୀନା ଏମିତି ଭୁଲ ପଦକ୍ଷେପ ଗ୍ରହଣ କରିଛି ବୋଲି ଅଂଚଳବାସୀ କହିଛନ୍ତି।ଜୟପାଟଣା ପୋଲିସ ପହଁଚି ଶବ ଉଦ୍ଧାର କରିବା ସହ ଜୟପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ର ତଦନ୍ତ କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ