ଜୟପାଟଣା ପୋଲିସ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

କଳାହାଣ୍ଡି,(ୱାଇଏନ୍ଏସ୍): କୋଭିଡ କଟକଣା ସ୍ଥିତିରେ କରୋନା ସଂକ୍ରମଣ ଯୋଗୁ ବିଭିନ୍ନ ହସ୍ପିଟାଲରେ ରୋଗୀ ମାନଙ୍କୁ ରକ୍ତର ଆବଶ୍ୟକତା ରହିଥିବା ବେଳେ କଳାହାଣ୍ଡି ପୋଲିସ ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ କରି ରୋଗୀଙ୍କ ଆବଶ୍ୟକତା କୁ ପୁରଣ କରିବା ପାଇଁ ଚେଷ୍ଟିତ ରହିଛି ସୋମବାର ଜୟପାଟଣା ଥାନା ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ଥାନା ଭାରପ୍ରାପ୍ତ ଅଧିକାରିଣୀ ରଶ୍ମିତା ପ୍ରଧାନଙ୍କ ତତ୍ୱାବଧାନରେ ବିଭିନ୍ନ ଅନୁଷ୍ଠାନ ଓ ସ୍ବେଚ୍ଛାସେବୀ ମାନେ ରକ୍ତ ଦାନ କରିଛନ୍ତି ଏହି ଶିବିରକୁ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାଏକ ଙ୍କ ଉପସ୍ଥିତିରେ ଆରମ୍ଭ କରିବା ସହ କୋଭିଡ କଟକଣା ପାଳନ ସହ ସାମାଜିକ ଦୁରତା ମାସ୍କ ବ୍ୟବହାର କରି ରକ୍ତଦାନ କରିବାକୁ ପରାମର୍ଶ ଦେଇଥିଲେ ଜୟପାଟଣା ପୋଲିସ କର୍ମଚାରୀଙ୍କ ସମେତ ଯୁବକ ଓ ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ