ଜୟପୁର ଗ୍ରାମରେ ଦେଶୀ ମଦର ବନ୍ୟା

ରାଇରଙ୍ଗପୁର,(ଅକ୍ଷୟ ବିଶ୍ବାଳ): ମଦ ମାଫିଆଙ୍କ ଦୌରାତ୍ମ୍ଯ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।ଯାହାକୁ ନେଇ ଗ୍ରାମବାସୀ ଅତିଷ୍ଠ । ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅଧିନସ୍ଥ ସୁଲାଇପାଟ ଫାଣ୍ଡି ଅନ୍ତର୍ଗତ କୁସୁମି ବ୍ଳକ ଅନ୍ତର୍ଗତ ଜୟପୁର ଗ୍ରାମରେ କିଛି ବେଆଇନ ମଦ ବିକ୍ରେତା ପୋଲିସ,ଅବକାରୀ ବିଭାଗକୁ ଚାଲେଞ୍ଜ ଟ୍ରିଗର ଭିତରେ ଚୋରା ମଦ କାରବାର କରୁଛନ୍ତି ।ମଦ ପିଇ ଯୁବ ଓ ବୃଦ୍ଧ ଗୋଷ୍ଠୀ ମାତାଲ୍ ହୋଇ ରାସ୍ତାରେ ଅସାମାଜିକ କାର୍ଯ୍ୟ କରୁଛନ୍ତି ।ମା’ର ଫିଟ୍,ଗଣ୍ଡଗୋଳ, ରାସ୍ତାରେ ଦୋ ଅକ୍ଷରିଆ ଅଶ୍ଳୀଳ ଭାଷା ପ୍ରୟୋଗ କରୁଛନ୍ତି । ରାସ୍ତାରେ ଝିଅ,ବୋହୂ ଅସୁରକ୍ଷିତ ମଣୁଛନ୍ତି ।ଯୁବ ଗୋଷ୍ଠୀ ମାତାଲ୍ ହୋଇ ଘରେ ପଶି ବାପା ,ମାଆ,ଵୁଢା ବାପା,ବୁଢ଼ୀ ମାଆ,ବୟସ୍କ ଲୋକ ଏବଂ ଛୁଆ ପିଲାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ଓ ମାରପିଟ୍ କରୁଛନ୍ତି । ବିଶିଷ୍ଟ କଵି ସଚ୍ଚିଦାନନ୍ଦ ରାଉତରାୟ ଙ୍କ ମୋ ଗାଁ ଆଜି ମାତାଲଙ୍କ ଗାଁ ପାଲଟି ଯାଇଛି ।ଯୁବ ଗୋଷ୍ଠୀ ଘରେ ମା’ର ପିଟ କରି ପଇସା ଛଡ଼ାଇ ଆଣି ଜୟପୁର ବଜାରରେ ପେଟେ ପିଇ ରାସ୍ତାରେ ଫୁଲ୍ ଫୁଲ୍ ହେଉଛନ୍ତି । ଦୋ ଵୁନ୍ଦି ପିଲା ଦେ ମୁଝକୋ ଗୀତ ଖାଉଛନ୍ତି ।ବଡ଼ ସାନ ମାନୁ ନାହାନ୍ତି ।ଓଲଟା ବର୍ଣ୍ଣବୋଧ ଖାଉଛନ୍ତି ।ଏହାକୁ ନେଇ ଗାଁ ର ,ମା’ ମାଉସୀ ମାନେ ମାତାଲ୍ ପୁଅ ଓ ପୁତୁରା ଙ୍କ ଅତ୍ୟାଚାର ଓ କଳା କାରନାମାରେ ଅତିଷ୍ଠ ହୋଇ ଚୋରା ମଦ କାରବାର ଵନ୍ଦ କରିବା,ମଦ ମାଫିଆଙ୍କ ଉପରେ ଦୃଷ୍ଟାନ୍ତମୂଳକ କଠୋର‌କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ନେଇ ରାଇରଙ୍ଗପୁର ଉପ ଜିଲ୍ଲାପାଳ, ରାଇରଙ୍ଗପୁର ଅବକାରୀ ବିଭାଗ ଏବଂ ରାଇରଙ୍ଗପୁର ଏସଡିପିଓଙ୍କୁ ଲିଖିତ ଦାବି ପ୍ରଦାନ କରିଛନ୍ତି । ରାଇରଙ୍ଗପୁର ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେବାପରେ ମହିଳାମାନେ ଏସଡିପିଓ ଅଫିସରୁ ବାହାରି ଘରକୁ ଫେରିଥିଲେ ।ଯଦି ଆଗକୁ ଵୃଆଇନ ମଦ କାରବାର ଉପରେ ଅଙ୍କୁଶ ଲଗା ନ ଥାଏ ତାହାହେଲେ ମହିଳାମାନେ ରାସ୍ତା ଅବରୋଧ କରିବେ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ମଦ ବିରୋଧୀ ମହିଳାମାନେ ଗଣମାଧ୍ୟମ କୁ କହିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ