ଜୟପୁର ବିଧାୟକଙ୍କ ଜଗନ୍ନାଥ ସାଗର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା

ଜୟପୁର,(ହେମନ୍ତ ପାଣିଗ୍ରାହୀ) : କୋରାପୁଟ ଜିଲ୍ଲା ଜୟପୁର ସହରର ବହୁ ଚର୍ଚ୍ଚିତ ଜଗନ୍ନାଥ ସାଗରରେ ଚାଲୁରହିଥିବା ପୁନରୁଦ୍ଧାର କାର୍ଯ୍ୟକୁ ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ତାରାପ୍ରସାଦ ବାହିନୀପତି। ତାଙ୍କ ସହ ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଜୟପୁର ଉପଜିଲ୍ଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶ୍ରୀ ଆକବରାମ ସସ୍ୟା ରେଡ୍ଡୀ ,ସହ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଜଗନ୍ନାଥ ସାଗରକୁ ନେଇ ଜୟପୁର ସହରରେ ଯାହା ସବୁ କଳ୍ପନା, ଜଳ୍ପନା ଚାଲିଛି ତାକୁ ଅନ୍ତ ଘଟାଇବା ପାଇଁ ଜୟପୂର ଉପଜିଲ୍ଲାପାଳ ଅଣ୍ଟା ଭିଡିଛନ୍ତି। ଉପଜିଲ୍ଲାପାଳ ଜଣେ ଆଇଏଏସ୍ ଅଧିକାରୀ ହୋଇ ଯେଉଁ ଭଳି ଭାବେ ଜୟପୂର ପୋୖରାଞ୍ଚଳର ବିଭିନ୍ନ ବିକାଶ କ୍ଷେତ୍ରରେ ତତ୍ପରତା ଦେଖାଇ ଦିନରାତି ନିଷ୍ଠାପରତାର ସହ କାର୍ଯ୍ୟ ଗୁଡ଼ିକୁ ସୂଚାରୁରୂପେ ପରିଚାଳନା କରୁଛନ୍ତି, ତାଙ୍କ କାର୍ଯ୍ୟ ଶୈଳୀକୁ ଦେଖି ବିଧାୟକ ତାରା ଭୂରି, ଭୂରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଜୟପୂର ଜଗନ୍ନାଥ ସାଗରର ପୁନରୁଦ୍ଧାର କାର୍ଯ୍ୟକୁ ନେଇ ସହରର ଲୋକେ ଅନେକ କଥା କହୁଛନ୍ତି। ଯେମିତି ଏମ୍ ଜି ରୋଡ କାର୍ଯ୍ୟ ଏବଂ ଜୟନଗର ରାସ୍ତା କାମକୁ ମଧ୍ୟ ଥଟା କରୁଥିଲେ। କିନ୍ତୁ ଲୋକଙ୍କ ଏପରି କଥା ଆମକୁ କିଛି ଫରକ ପଢ଼ିନି, ଆମେ କାମ କରିବା ଲୋକ କାମ କରିବୁ ବୋଲି କହିଛନ୍ତି। ବର୍ତ୍ତମାନ ଜଣେ ଭଲ ଠିକା ସଂସ୍ଥା ଦ୍ଵାରା କାର୍ଯ୍ୟ କରାଯାଉଛି। ଏହାର ନମୂନା ଜୟପୂର ସହରବାସୀ ବର୍ତ୍ତମାନ ଅନୁଭବ କରୁଛନ୍ତି। ରାଜ୍ୟ ସରକାର ଏହି କାର୍ଯ୍ୟ ନିମନ୍ତେ ୮.୪୦ କୋଟି ଟଙ୍କାର ଟେଣ୍ଡର ଆହ୍ବାନ କରିଥିଲେ ଏହାକୁ କଳାହାଣ୍ଡି ଜିଲ୍ଲାର ରାଇପ ସଂସ୍ଥା ୯.୯୯ ପ୍ରତିଶତ କମରେ ଟେଣ୍ଡରଟି ପାଇଛି ଏବଂ ଏହି କାର୍ଯ୍ୟ ସମ୍ପୂର୍ଣ କରିବାର ଅବଧି ୬ ମାସ ରହିଛି। ତେଣୁ ତୁରନ୍ତ କାର୍ଯ୍ୟ ସମ୍ପୁର୍ଣ୍ଣ କରିବାକୁ ରାତି ୨ଟା ପର୍ଯ୍ୟନ୍ତ କାମ କରିବା ପାଇଁ ଠିକା ସଂସ୍ଥା କୁ ବିଧାୟକ ବାହିନୀପତି ଆଦେଶ ଦେଇଛନ୍ତି। ଜୟପୁର ଜନସାଧାରଣ ଏବଂ ମୋ ଜଗନ୍ନାଥ ସାଗର ଟ୍ରଷ୍ଟ କାର୍ଯ୍ୟକର୍ତ୍ତା ଙ୍କର ଅନେକ ଦିନ ଧରୀ ଚାଲି ଆସୁଥିବା ଆନ୍ଦୋଳନ କୁ ସାକାର କରିବା ପାଇଁ ଆମେ ସଦାବେଳେ ତପ୍ତରତା ରହିଛୁ ବୋଲି ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ