ଜୟପୁର ସହର ରେ ଖୁବ ଧୁମ୍, ଧାମରେ ରାମ ନବମୀ ପାଳିତ

ଜୟପୁର,(ହେମନ୍ତ ପାଣଗ୍ରାହୀ) : ଜୟପୂର ସହରରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ଯ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଜୟନ୍ତୀ ତଥା ରାମ ନବମୀ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଶ୍ରୀ ରାମ ନବମୀ ପାଳନ ସମିତି ଜୟପୂର ପକ୍ଷରୁ ଦୀର୍ଘ ଦିନ ଧରି ସହରର ପରିବେଶକୁ ବହୁ ଆଡ଼ମ୍ବରରେ ସୁସଜ୍ଜିତ କରାଯାଇଥିଲା। ଆଜି ରାମ ନବମୀ ପାଳନ ଅବସରରେ ଜୟପୂର ପାୱାର ହାଉସ୍ ଛକ ଠାରୁ ଅପରାହ୍ନ ୪ ଘଟିକା ସମୟରେ ଏକ ବିଶାଳ ପଦଯାତ୍ରା ବାହାରି ଦଶହରା ପଡ଼ିଆ ଠାରେ ପହଞ୍ଚିଥିଲା। ଏହି ପଦଯାତ୍ରାରେ ଲକ୍ଷ, ଲକ୍ଷ ସଂଖ୍ୟାରେ ରାମ ଭକ୍ତମାନେ ଯୋଗ ଦେଇଥିଲେ। ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ‌କଟକଣା ଜାରି କରା ଯାଇନଥିଲେ ମଧ୍ୟ, କୋରାପୁଟ ଏସ୍ ପି ରୋହିତ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଜୟପୁର ଏସଡିପିଓ ପାର୍ଥ ଜଗଦୀଶ କଶ୍ୟପଙ୍କ ତତ୍ତ୍ୱାବଧାନରେ ପୋଲିସ ପ୍ରଶାସନ ପକ୍ଷରୁ ସହର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥାକୁ କଡ଼ା,କଡ଼ି କରାଯାଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପୂର୍ବ ସୂଚନା ଅନୁଯାୟୀ କୌଣସି ଅସ୍ତ୍ରଶସ୍ତ୍ର ଚାଳନା ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା। ଭିଡ଼ରେ ଚୋରି ଲୁଟ୍ ପାଟ କୁ ରୋକିବା ପାଇଁ ପୋଲିସର ସିସିଟିଭି ଉପରେ କଡ଼ା ନଜର ରହିଥିଲା। ଶ୍ରୀ ରାମ ନବମୀ ପାଳନ ସମିତି ପକ୍ଷରୁ ପଦଯାତ୍ରା ରେ ଯୋଗ ଦେବାକୁ ଆସୁଥିବା ମହିଳା ମାନଙ୍କୁ ସୁନା ଗହଣା ନ ପିନ୍ଧିବା ପାଇଁ ସତର୍କତା କରାଇ ଦିଆଯାଇଛି। ଯାହା ଫଳରେ ଜୟପୁର ସହରରେ ଆଜି ରାମନବମୀ ଉତ୍ସବ ଅତି ଶାନ୍ତି ଶୃଙ୍ଖଳା ସହ ପାଳନ କରାଯାଇଛି। ଚଳିତ ବର୍ଷ ରାମନବମୀ ପଦଯାତ୍ରା ବେଳେ ପୁରୁଷମାନଙ୍କ ସଂଖ୍ୟା ତୁଳନାରେ ମହିଳା ମାନଙ୍କ ଯୋଗଦାନ ଅଧିକ ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ