ଜୟପ୍ରକାଶ ନାରାୟଣ ଓ ରାମ ମନୋହର ଲୋହିୟା ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ

(ଯୁଗାବ୍ଦ ନ୍ୟୁଜ )ଲୋକ ନାୟକ ଜୟପ୍ରକାଶ ନାରାୟଣ , ସଂଗ୍ରାମୀ ସମାଜବାଦୀ ନେତା ରାମ ମନୋହର ଲୋହିୟାଙ୍କ ପ୍ରତି ସାପ୍ତାହିକନ ନବୀନ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ନବୀନର ସଂପାଦକ ରବି ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି । ଶନିବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ନବୀନ ଭବନ ପରିସରରେ ଜୟପ୍ରକାଶ ଙ୍କ ୧୧୭ତମ ଜୟନ୍ତି ଏବଂ ଡ.ଲୋହିୟାଙ୍କ ୫୭ ତମ ଶ୍ରାଦ୍ଧ ଦିବସ ଅବସରରେ ଆୟୋଜିତ ଆଲୋଚନା ଚକ୍ରରେ ସଭାପତି ଶ୍ରୀ ରଥ ଙ୍କ ସମେତ ଅନ୍ୟାନ୍ୟ ବକ୍ତାମାନେ ଜନବିରୋଧୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିରୋଧ କରିବା ପାଇଁ ଆହ୍ୱାନ ଦେବା ସଙ୍ଗେସଙ୍ଗେ ଦେଶରେ ଘୋଷିତ ଜରୁରୀକାଳିନ ଶାସନ ଚାଲୁଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ.ଡମ୍ବୁରୁଧର ସାହୁ ,ଡା.ଶ୍ରୀବତ୍ସ ଦଳାଇ, କବି କପିଳ ଚନ୍ଦ୍ର ମହାନ୍ତି , ମାନସ ରଞ୍ଜନ ତ୍ରିପାଠୀ , ଆଡଭୋକେଟ ପ୍ରଣବ କୁମାର ପାଢୀ , ପବିତ୍ର କୁମାର ଚୈଧୁରୀ , ଲକ୍ଷ୍‌ମୀ ନାରାୟଣ ଦାଶ,ଗଞ୍ଜାମ କଲେଜ ଅଧ୍ୟାପିକା ସୁଦାଭା ଦାଶ ,ମଞ୍ଜୁରଥ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ