ଜୟଶ୍ରୀ ଦାସଙ୍କ ‘ଚଢ଼େଇରେ ତୁ ଗାଉଛୁ ଗୀତ’ଲୋକାର୍ପିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାହିତ୍ୟିକା,ଲେଖିକା,ଅନୁବାଦିକା ଜୟଶ୍ରୀ ଦାସଙ୍କ ୧୪ତମ ସାରସ୍ୱତ କୃତି ‘ଚଢ଼େଇରେ ତୁ ଗାଉଛୁ ଗୀତ’ ସ୍ଥାନୀୟ ବୁଦ୍ଧ ମନ୍ଦିର ସଭା ଗୃହରେ ସ୍ମୃତି ସାନ୍ତ୍ୱନାର ବିଷୁବ ମହୋତ୍ସବ ଅବସରରେ ଶୁଭ ଉନ୍ମୋଚିତ ହୋଇଯାଇଛି । ସାହିତ୍ୟ ଓ ପାଠକଙ୍କ ମଧ୍ୟରେ ନିବିଡ ସମ୍ପର୍କ ଆଣିବା ସହିତ ସମାଜରେ ଏକ ଉତମ ବାତାବରଣ ସୃଷ୍ଟି ପ୍ରୟାସକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ,ମୁଖ୍ୟବକ୍ତା କବି ରାଜୀବ ପାଣି,ସମ୍ମାନିତ ଅତିଥି ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ,ସମ୍ପାଦିକା ସବିତା ରାଣୀ ବେହେରା ମତବ୍ୟକ୍ତ କରିଥିଲେ । ସାହିତ୍ୟ ମାଧ୍ୟମରେ ଜନ ଚେତନା ଓ ଜାଗରଣ ସୃଷ୍ଟି କରିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି କହିଥିଲେ । ଏହି ଅବସରରେ ଡକ୍ଟର ସୁମିତ୍ରା ମିଶ୍ରଙ୍କ ଅନୁବାଦ ପୁସ୍ତକ ‘ମୋ ଜୀବନ ସତ୍ୟାନୁସନ୍ଧାନର କାହାଣୀ’ଲୋକାର୍ପଣ ହେବା ସହିତ ସ୍ୱତନ୍ତ୍ର ସଂଖ୍ୟା ଓ ସାରସ୍ୱତ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା ।