ଜୟୀ ରାଜଗୁରୁଙ୍କ ୨୧୬ତମ ସ୍ମାରକୀ ଉତ୍ସବ

ପୁରୀ (ଯୁଗାବ୍ଦ ନ୍ୟୁଜ୍‍): ସହିଦ୍ ଜୟୀ ରାଜଗୁରୁ ସ୍ମୃତି ପରିଷଦ ପକ୍ଷରୁ ସୋମବାର ସନ୍ଧ୍ୟାରେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ପାଇକ ଯୁଦ୍ଧଯାତ୍ରାର୨୧୬ତମ ସ୍ମାରକୀ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନ ସଭାପତି ପ୍ରାକ୍ତନ କମିଶନର ଦିଗମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି କମଳାକାନ୍ତ ମିଶ୍ର ଯୋଗ ଦେଇ କହିଥିଲେ ପାଇକ ଲଢେଇର ଆଦ୍ୟ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁ ବିଟ୍ରଶ୍ ବିରୋଧରେ ଯୁଦ୍ଧ ଡାକରା ଦେଇ ଭୟଭୀତ କରିଥିଲେ । ମୁକ୍ତି ମଣ୍ଡପ ପଣ୍ଡିତ ସଭାର ଉପସଭାପତି ଉମାବଲଭ ମହାପାତ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଇତିହାସ ବିଭାଗ ମୁଖ୍ୟ ରାମଚନ୍ଦ୍ର ମିଶ୍ର, ସମାଜସେବୀ ପ୍ରତିଭା ମିଶ୍ର, ସୁନିଲ ରଥ, ସିଦେ୍ଧଶ୍ୱର ପ୍ରସାଦ ପଟ୍ଟନାୟକ, କୈଳାସ ଚନ୍ଦ୍ର ଟିକାୟତରାୟ,ସୂର୍ଯ୍ୟନାରାୟଣ ରଥ ପ୍ରମୁଖ ଯୋଗଦେଇ ଜୟ ରାଜଗୁରୁ ପ୍ରଚଣ୍ଡ ପ୍ରତିଭାର ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ପାଇକ ବିଦ୍ରୋହର ଧାରାବାହିକର ନିର୍ଦ୍ଦେଶକ ସମ୍ବିତ୍ ପଟ୍ଟନାୟକ, ପାଇକଗୁରୁ କିଶୋର ଯେନା, ପାଇକ ଦଳବେହେରା ତାରାପ୍ରସାଦ ରଣବୀର ଓ ଭିକାରୀ ଗଜେନ୍ଦ୍ର ପ୍ରଫୁଲ ହରିଚନ୍ଦନ, ଖୋର୍ଦ୍ଧା ପାଇକ ସଂଗଠକ ବନବିହାରୀ ବେହେରା, ପାଇକ ଗୁରୁ ସୁଦର୍ଶନ ଯେନାଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନ ସଂପାଦକ ଜଟାଧାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ