ଜୟ ଅଲାରନାଥ
ଅଲାରପୁରରେ
ଅୟସ କରୁଛ
ଅଲାରନାଥ ଗୋସେଇଁ,
ଅଣସର ଘରେ
ଜ୍ଜରରେ କମ୍ପୁଛ
କି ବିଚିତ୍ର ଲୀଳା ଏହି ।
ଯେତେ ସେବା ବିଧି
ଅଣସର ଘରେ
ଆଡମ୍ବର ଶୂନ୍ଯ ଥାଇ,
ଚନ୍ଦନ ତୁଳସୀ
ପାଟପିତାମ୍ବରୀ
ପିନ୍ଧିଛ ଅଲାରେ ରହି ।
ମହ ମହ ବାସେ
ଅଲାରର କ୍ଷୀରି
ଭକ୍ତ ମନ ନିଏ ମୋହି,
ଭକ୍ତ ହାତୁ ଦିନେ
ଭାବେ କ୍ଷୀରି ଖାଇ
ଦେହେ ଗଲା ଦାଗ ରହି ।
ଭାବର ଠାକୁର
ଭକ୍ତର ଅଭାବ
ମନ କଥା ବୁଝୁ ତୁହି,
ଅଣସର ଦୁଃଖ
ହରି ଦେଉ ସୁଖ
ଅଲାରେ ଦର୍ଶନ ଦେଇ ।
କାହିଁ ଦାରୁବ୍ରହ୍ମ
କାହିଁ ଶିଳାବ୍ରହ୍ମ
ଭକତ ନ ହୁଏ ଭ୍ରମ,
ବ୍ରହ୍ମ ଦରଶନେ
ଶ୍ରୀକ୍ଷେତ୍ରରୁ ଧାଏଁ
ବ୍ରହ୍ମଗିରି କ୍ଷେତ୍ର ଧାମ ।
ଯେତେ ରୂପଧରି
ଯେଉଁଠି ରହିଲେ
କଥା ଶୁଭେ କୋସ କୋସ,
ଭକତ ଗହଳି
ତୁମ ପାଶେ ଲାଗେ
ଲଭିବେ ମୁକ୍ତି ଆଶୀଷ ।
ଆଣସରେ ଆସି
ଶରଣ ପଶନ୍ତି
ତବ ପଦ୍ମପାଦେ ଭକ୍ତ,
ଶ୍ରୀଚୈତନ୍ୟଦେବ
ଦିନେ ଆସିଥିଲେ
ନଦୀୟାରୁ ତୁମ କ୍ଷେତ୍ର।
ଅଣସର ଆଉ
ବେଶି ଦିନ ନୁହଁ
ରଥ ସଜ ଉଡେ ନେତ,
ରଥ ଯାତରାରେ
ବସିବ ରଥରେ
ଚାହିଁଛି ସାରା ଜଗତ ।
ଗଦାଧର ସାହୁ,କଙ୍କଡ଼ାଦ୍ଵୀପ, ବ୍ରହ୍ମଗିରି,ପୁରୀ