ଜୟ କିଷାନ ସେବାଶ୍ରମରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ
ବୁଗୁଡା, (ଅନିଲ କୁମାର ମହାରଣା):ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଝୋଲରୀ ଜୟ କିଷାନ ସେବାଶ୍ରମ ( ଜରା ନିବାସ )ରେ କଳିଙ୍ଗ ବୈଶ୍ୟ ଘୁମୁସର ଅଞ୍ଚଳ ମହିଳା ସଂଘ ସଭାନେତ୍ରୀ ଏନ.ରିନା ଚୌଧୁରୀଙ୍କ ନେତୃତ୍ୱରେ ବୁଗୁଡ଼ା ପ୍ରଥମ କଳିଙ୍ଗ ବୈଶ୍ୟ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ହୋଇଯାଇଛି। ସଂସ୍ଥାପକ କାର୍ତ୍ତିକେଶ୍ବର ବିଷୋୟିଙ୍କ ପୌରହିତ୍ଯରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ମହିଳା ସଂଘ ସଭାନେତ୍ରୀ ବିଦ୍ୟୁତ ଲତା ପୃଷ୍ଟି, ସମ୍ପାଦିକା ୟୁ.ରିନା ପାତ୍ର, କୋଷାଧ୍ୟକ୍ଷ ୟୁ.ବାଣିଶ୍ରୀଙ୍କ ସମେତ କଳିଙ୍ଗ ବୈଶ୍ୟ ମହାସଂଘ ଯୁଗ୍ମ ସମ୍ପାଦକ ସୁରେଶ ଚନ୍ଦ୍ର ପାତ୍ର କାର୍ଯ୍ୟକାରୀ ସଦସ୍ଯ ଟି.ସତ୍ୟନାରାୟଣ ପାତ୍ର ଘୁମୁସର ଅଞ୍ଚଳ ସମ୍ପାଦକ ସନ୍ତୋଷ କୁମାର ସୁବୁଦ୍ଧି , ସଭାପତି ପ୍ରଦୀପ କୁମାର ପୃଷ୍ଟି, ସମ୍ପାଦକ ପ୍ରକାଶ ସାମନ୍ତରା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଜରାଶ୍ରମର ସୁପରିଚାଳନା ନିମନ୍ତେ ସଂଘ ପକ୍ଷରୁ ସଂସ୍ଥାପକ କାର୍ତ୍ତିକେଶ୍ଵର ବିଷୋୟୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ମହିଳା ସଶକ୍ତି କରଣ ବିଷୟରେ ବକ୍ତବ୍ୟ ରଖିଥିଲେ। ଏଥିସହ ଅନ୍ତେବାସୀ ବୃନ୍ଦଙ୍କୁ ନୂତନ ବସ୍ତ୍ର, ମଶାରୀ, ଓ ଆବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଅନ୍ତେବାସୀଙ୍କ ସମେତ ଅତିଥି ବୃନ୍ଦ ପ୍ରସାଦ ସେବନ କରିଥିଲେ।