ଜୟ କିଷାନ ସେବାଶ୍ରମ ଝୋଲରି ଠାରେ ଭାଗବତ ପ୍ରବଚନ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଳକ ଅନ୍ତର୍ଗତ ଝୋଲରୀ ଜୟ କିଷାନ ସେବାଶ୍ରମରେ ଦୁଇ ଦିନ ଧରି ଭାଗବତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରବଚନ ପ୍ରଦାନକାରୀ ଭାବେ ସାଦେରା ରୋଡ ସ୍ଥିତ ନିତାଇ ଗୌର ମଠ ମହନ୍ତ ଶ୍ରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ମହାରାଜ ନିମନ୍ତ୍ରିତ ହୋଇ ଆସିଥିଲେ। ସାଥି ଶ୍ରୀ ଗୌରାଙ୍ଗ ପ୍ରଭୁ ଓ ଶ୍ରୀ କୃଷ୍ଣ ପ୍ରଭୁଙ୍କ ସମେତ ସୋଲଣ୍ଡି କେଦାର ଜେନା ବାଦ୍ୟ ବାଦକ ଭାବେ ଯୋଗ ଦେଇଥିଲେ। ଝୋଲରୀ, ଏକଡାଳ, ଖରିଡ଼ା, ପଙ୍କଳବାଡି, ବାଲିପଦର, ମହୁଲପଲ୍ଲୀ, ଅନ୍ତରପଡ଼ା ପ୍ରଭୃତି ନିକଟସ୍ଥ ଗ୍ରାମର ବହୁ ଶ୍ରଦ୍ଧାଳୁମାନେ ଆସି ଆଗ୍ରହ ସହିତ ଭାଗବତର ସାର ତତ୍ତ୍ବ ଶ୍ରବଣ କରି ଓ ପ୍ରସାଦ ସେବନ କରି ନିଜକୁ ଧନ୍ୟ ମନେକରିଥିଲେ। ଏହି କାର୍ଯ ପାଇଁ ଜୟ କିଷାନ ସେବାଶ୍ରମର ସଂସ୍ଥାପକ କାର୍ତ୍ତିକେଶ୍ୱର ବିଷୋୟୀଙ୍କ ତତ୍ତ୍ବାବଧାନରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର , ଦଲିଲ ଲେଖକ ମହେଶ୍ୱର ସ୍ୱାଇଁ, ମା’ ସ୍ବପ୍ନେଶ୍ବରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ମହେନ୍ଦ୍ର ପୋଲାଇ, ପୁର୍ବତନ ସରପଞ୍ଚ ଶାନ୍ତନୁ ନାୟକ , ହରପ୍ରସାଦ ଦାସ, ହରିହର ବିଷୋୟୀ, ବିଜୟ କୁମାର ଗୌଡ଼, ଅଭିମନ୍ୟୁ ଡାକୁଆ, ବିଜୟ କୁମାର ସେଠୀ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ପ୍ରମୁଖ ସହଯୋଗ କରିଥିଲେ। ଝୋଲରୀ ଗ୍ରାମର ଜଗନ୍ନାଥ ଯୁବ ସଂସଦର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଝୋଲରୀ ଗ୍ରାମ କମିଟି ସଭାପତି ରବିନ୍ଦ୍ର ବିଷୋୟୀ ଧନ୍ଯବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ