ଜୟ ଜଗନ୍ନାଥ ଅର୍ପଣ ରଥ ବାଲିଗୁଡାରେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ପୁରୀ ବଡ ଦେଉଳ ପରିକ୍ରମା ପ୍ରକଳ୍ପ ଉଦଘାଟନ ନିମନ୍ତେ ସାରା ରାଜ୍ୟରେ ଚାଲିଛି ଜଗନ୍ନାଥ ଅର୍ପଣ ରଥ । ଏହି ରଥକୁ ବାଲିଗୁଡା ଜଗନ୍ନାଥ ମନ୍ଦିର ପରିସରରେ ପୁଜାର୍ଚ୍ଚନା କରାଯାଇଥିଲା ପରେ ଏନଏସି କାର୍ଯ୍ୟାଳୟ ପରିସରରେ ଉଦଘାଟନ କରାଯାଇଛି । ଏହାକୁ ଉଦଘାଟନ କରିଥିଲେ ସାଂସଦ ପ୍ରତିନିଧି ତଥା ବିଜେଡି ବ୍ଲକ ସଭାପତି ଟୁନା ଦାସ ଓ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଜିଲ୍ଲା ପରିଷଦ ଅଦକ୍ଷା ନନ୍ଦିନୀ ମଳିକ ,ପର୍ଯ୍ୟବେକ୍ଷକ ଅଜୟ ମହାରଣା,ବିଧାୟକ ପ୍ତତିନିଧି ଅବନୀ ନାୟକ,ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ,ଉପାଦକ୍ଷା ଶାନ୍ତି ନାୟକ ଉପସ୍ଥିତ ରହି ଉଦଘାଟନ କରିଥିଲେ ।ଉଦଘାଟନ ପରେପରେ ଏହି ରଥ ଗାୟତ୍ରୀ ମନ୍ଦିରକୁ ଯାଇଥିଲା ସେଠାରେ ବନ୍ଦାପଣା କରିବା ପରେ ଓାର୍ଡ ନଂ ୫,୬,୭ ନୁଆସାହିର ତିନୋଟି ଓାର୍ଡ ପରିକ୍ରମା କରି ଜଗନ୍ନାଥ ମନ୍‌ଦିରକୁ ଫେରି ପ୍ରସାଦ ସେବନ ପରେଅପରାହ୍ନରେ ଓାର୍ଡ ନଂ୪ ଦଣ୍ଡପଦରକୁ ପରିକ୍ରମା କରିଥିଲେ,ଏଠାରେ ମଧ୍ୟ ରଥକୁ ବନ୍ଦାପଣା କରି ଖୋଳତାଳ ବଜାଇ ପାଛୋଟି ନେଇଥଲେ ।ପରିକ୍ରମା କରିଥିବା ସାହିର ସମସ୍ତଙ୍କ ଘରୁ ଚାଉଳ ଓ ଗୁଆ ଅର୍ପଣ କରିଥିଲେ । ସମସ୍ତ ସାହିରେ ଜୟ ଜଗନ୍ନା୍‌ାଥରେ କମ୍ପିଉଠିଥିଲା । ଏହି ପରିକ୍ରମାରେ ଂ କାଉଁସିଲର ମାନେ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ