ଜୟ ବଜରଙ୍ଗ ବାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ; ଉପରଡିହା  ଚମ୍ପିୟାନ୍‌

ଘଟଗାଁ,(ନାରାୟଣ ପଲାଇ):ଘଟଗାଁ ବ୍ଲକ ଅନ୍ତର୍ଗତ ଢାଂଗଡ ଡିହା ଠାରେ ଜୟ ବଜରଙ୍ଗ ବାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦଯାପନି ମ୍ୟାଚ୍ ଘଟଗାଁ ବ୍ଲକ ଉପରଡିହା କ୍ରିକେଟ ଟିମ୍ ବନାମ ହରିଚନ୍ଦନପୁର ବ୍ଲକ ଠାକୁରପଡା କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉପରଡିହା ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୧୨ ଓଭରରେ ୮ ୱିକେଟ ହରାଇ ୬୬ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଠାକୁରପଡା ଟିମ୍ ୧୧ ଓଭରରେ ସମସ୍ତ ୱିକେଟ୍ ହରାଇ ୫୮ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ୯ରନ ବ୍ୟବଧାନରେ ଉପରଡିହା ଦଳ ବିଜୟୀ ଘୋଷିତ ହୋଇଥିଲା । ଏଥି ସକାଶେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁମନ୍ତ କୁମାର ସାହୁ, ସଂମାନିତ ଅତିଥି ଭାବେ ଶିକ୍ଷକ ନାରାୟଣ ଚନ୍ଦ୍ର ରାଉତ, ମୁଖ୍ୟ ବକ୍ତା ଭାବେ ସମାଜସେବୀ ତଥା ସାମ୍ବାଦିକ ପ୍ରତାପ କିଶ୍ୱର ବାରିକ୍ ଓ ଶିକ୍ଷକ ଗୋବର୍ଦ୍ଧନ ବେହେରା ଯୋଗ ଦେଇ ବିଜୟୀ ଓ ଉପ ବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ମ୍ୟାଚ୍ କୁ ତାପସ କୁମାର ବାରିକ ଓ ସିପୁନ ପଲେଇ ଆମ୍ପେୟାର୍ ଭାବେ ଖେଳକୁ ପରିଚାଳନା କରିଥିବା ବେଳେ କମେଟେଟର୍ ଭାବେ ନିଗମାନନ୍ଦ ବାରିକ ଏବଂ ସ୍କୋରର ଭାବେ ସତ୍ୟପ୍ରିୟ ବାରିକ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ସଂପୂର୍ଣ ମ୍ୟାଚ୍ ଟିକୁ ଜୟ ବଜରଙ୍ଗ ବାଲି କ୍ରିକେଟ୍ କ୍ଲବ ର ସମସ୍ତ କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ