ଜୟ ଶ୍ରୀରାମ ଧ୍ଵନୀ ରେ କମ୍ପିଲା ମଠ ମନ୍ଦିର
ନିମାପଡ଼ା, (ସନ୍ତୋଷ ଦାଶ):ସୋମବାର ଦିନ ଅଯୋଧ୍ୟା ଠାରେ ପ୍ରଭୂ ଶ୍ରୀ ରାମ ଙ୍କ ମନ୍ଦିର ପ୍ରତିଷ୍ଠା ଓ ଶ୍ରୀ ରାମ ଲାଲା ଙ୍କ ବିଗ୍ରହ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ ପ୍ରାଚୀ ଉପତ୍ୟକା ର ସମସ୍ତ ମଠ, ମନ୍ଦିର ରେ ଶ୍ରଦ୍ଧାଳୁ ଭକ୍ତ ମାନେ ପ୍ରାତଃ ରୁ ଏକତ୍ରିତ ହୋଇ ସଂଧ୍ୟା ପର୍ଯ୍ୟନ୍ତ ପ୍ରଭୂ ଶ୍ରୀ ରାମ ଙ୍କ ପୂଜା କରିବା ସହିତ ଭଜନ କୀର୍ତ୍ତନ ପରିବେଷଣ କରିଥିଲେ। ସମଗ୍ର ପ୍ରାଚୀ ଉପତ୍ୟକା ର ମଠ, ମନ୍ଦିର ଗୁଡ଼ିକ ଜୟ ଶ୍ରୀ ରାମ ଧ୍ଵନି ରେ ପ୍ରକମ୍ପିତ ହୋଇ ଉଠିଥିଲା। ଭକ୍ତ ମାନେ ପ୍ରଭୂ ଶ୍ରୀ ରାମ ଙ୍କ ଉଦ୍ଦେଶ୍ୟ ରେ ଅଖଣ୍ଡ ଦୀପ ପ୍ରଜ୍ବଳନ କରିବା ସହିତ ହବିସାନ୍ନ ଭୋଜନ ଗ୍ରହଣ କରିଥିଲେ।ମଠ, ମନ୍ଦିର ଗୁଡ଼ିକ ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇ ଥିଲା। ତୁଳସୀପୁର ଗ୍ରାମ ସ୍ଥିତ ବାବା ବୃନ୍ଦାବନ ମଠ ଠାରେ ବାବା ରାଧେ ଶ୍ୟାମ ଙ୍କ ନେତୃତ୍ୱ ରେ ଦିନ ତମାମ ରାମ ନାମ ସଙ୍କୀର୍ତ୍ତନ ହୋଇଥିଲା।ଶ୍ରଦ୍ଧାଳୁ ଭକ୍ତମାନେ ଏକାଠି ହୋଇ ଶ୍ରୀ ରାମ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ କୁ ପାଳିଥିଲେ।ସେହିପରି ଗୋପ ବ୍ଲକ ଦେସ୍ଥଳି ପଞ୍ଚାୟତ ର ଓଟର ସାମିଲ ବାଲିଦଣ୍ଡା ଗ୍ରାମ ସ୍ଥିତ ଶ୍ରୀ ରାମ ମନ୍ଦିର ରେ ଗ୍ରାମବାସୀ ମାନଙ୍କ ପକ୍ଷରୁ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବା ସହିତ ପୂଜା ପାଉଥିବା ଶ୍ରୀ ରାମ, ଲକ୍ଷ୍ମଣ, ମାତା ସୀତା ଙ୍କୁ ଶୁଦ୍ଧ ସ୍ନାନ କରାଯାଇ ଅନ୍ନ ପ୍ରସାଦ ଭୋଗ ଲାଗି କରାଯାଇଥିଲା। ନୟାହାଟ ର ବିଶ୍ଵ ହିନ୍ଦୁ ପରିଷଦ ଓ ଶ୍ରୀ ରାମ ସମିତି ପକ୍ଷରୁ ସ୍ଥାନୀୟ ଅନନ୍ତ ବାସୁଦେବ ମନ୍ଦିର ଠାରେ ସଂଧ୍ୟା ରେ ଦୀନବନ୍ଧୁ ମହାନ୍ତି ଓ ପ୍ରଭାତ କୁମାର ମହାପାତ୍ର ଙ୍କ ନେତୃତ୍ୱ ରେ ପଣା ଭୋଗ ଲାଗି କରାଯାଇ ଭକ୍ତ ଶ୍ରଦ୍ଧାଳୁ ମାନଙ୍କୁ ବଣ୍ଟନ କରାଯାଇଥିଲା। ପୁର ଠାରୁ ପଲ୍ଲୀ ଶ୍ରୀ ରାମ ଧ୍ଵନୀ ରେ ପ୍ରକମ୍ପିତ ହୋଇଉଠିଥିଲା।


