ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଲା କରଞ୍ଜିଆ ସହର

କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ସହରରେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହିତ ଧୁମ ଧାମ ରେ ଶ୍ରୀରାମ ନବମୀ ପାଳନ କରାଯାଇଛି, ଆଜି ସକାଳ ୮ ଘଟିକା ସମୟରେ କରଞ୍ଜିଆ ସରସ୍ବତୀ ଶିଶୁ ମନ୍ଦିର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଏକ ବିଶାଳ ସଭାଯାତ୍ରା ଆୟୋଜିତ ହୋଇଯାଇଛି ସଭାଯାତ୍ରାରେ କୁନି କୁନି ଛାତ୍ର ଛାତ୍ରୀ ମାନେ ପ୍ରଭୁ ଶ୍ରୀରାମ, ମାତା ସୀତା,ଲକ୍ଷ୍ମଣ, ରାମ ଭକ୍ତ ହନୁମାନ ଙ୍କ ବେଶ ରେ ସହର ପରିକ୍ରମା କରିଥିଲେ କରଞ୍ଜିଆ ସହରର ବିଭିନ୍ନ ଛକରେ ଏହି ସଭାଯାତ୍ରା କୁ ସ୍ୱାଗତ କରାଯାଇଥବା ଦେଖିବାକୁ ମିଳିଥିଲା
ସେହିପରି ଦିବା ୧୦ ଘଟିକା ସମୟରେ କରଞ୍ଜିଆ ସତ୍ୟନାରାୟଣ ମନ୍ଦିର ଠାରେ ଝଣ୍ଡା ପୂଜନ ପରେ ୧୨ ଘଟିକା ସମୟ ରେ ଏକ ବିଶାଳ ବାଇକ ସଭାଯାତ୍ରା ଅନୁଷ୍ଠିତ ହୋଇଥିଲା
ସନ୍ଧ୍ୟା ୬ ଘଟିକା ସମୟରେ ସତ୍ୟନାରାୟଣ ଧର୍ମଶାଳା ନିକଟରୁ ଏକ ବିଶାଳ ଝଣ୍ଡା ସଭାଯାତ୍ରା ଆୟୋଜିତ ହୋଇଥିଲା
ଏହି ସଭାଯାତ୍ରା ର ମୁଖ୍ୟଆକର୍ଷଣ ଥିଲା ରାଉରକେଲା ରୁ ଆସିଥିବା ବାହୁବଳୀ ହନୁମାନ ଓ ଆଖଡ଼ା ଖେଳ ସଭାଯାତ୍ରା ଅମ୍ବିକା ମନ୍ଦିର ଛକ,ଏନଏସି ଛକ, କଚେରୀ ଛକ, ମାଣିକ ଛକ, ମିଳନ ପଡିଆ, ସିନେମା ହଲ ଛକ ହୋଇ ପୁଣି ଦୋଳ ପଡିଆ ନିକଟରେ ସମାପ୍ତ ହୋଇଥିଲା କାର୍ଯ୍ୟକ୍ରମରେ କରଞ୍ଜିଆ ରାମନବମୀ ପାଳନ କମିଟି ସଭାପତି ଇଂ ତ୍ରିଲୋଚନ ସେଠୀ, ସଂଯୋଜକ ଜିତେନ୍ଦ୍ର ସାହୁ,ରାକେଶ ଅଗ୍ରୱାଲ, ସ୍ମୃତିମୟ ମହାନ୍ତ,ମହେଶ୍ୱର ସାହା,ଲୋପୁ ଭାରୁକା, ସଞ୍ଜୀବ ସାହୁ, ଲକ୍ଷ୍ମୀ ଝା,ପୁଷି ସରାଫ, ବି.ଅନିଲ ରାଓ,ଅଭିଷେକ ରାମ, ସୁନାମଣୀ ହୋ ଙ୍କ ସହିତ ହଜାର ହଜାର ରାମ ଭକ୍ତ ସାମିଲ ହୋଇଥିଲେ
ସେହିପରି ବଜାର ସ୍ଥିତ ସଙ୍କଟ ମୋଚନ ହନୁମାନ ମନ୍ଦିର, ସଙ୍କଟ ମୋଚନ ହନୁମାନ ଙ୍କ ମନ୍ଦିର ବ୍ୟାଙ୍କ ଅଫ ଇଣ୍ଡିଆ ନିକଟ, ଶ୍ରୀ ହନୁମାନ ମନ୍ଦିର କରଡ଼ିଆ, ସଙ୍କଟ ମୋଚନ ହନୁମାନ ମନ୍ଦିର ରାଜାଜୀ ମାର୍ଗ, ମାଣିକ ଛକ ହନୁମାନ କମିଟି ପକ୍ଷରୁ ମଧ୍ୟ ଝଣ୍ଡା ସଭାଯାତ୍ରା ଅନୁଷ୍ଠିତ ହୋଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ