ଜୟ ହିନ୍ଦ ହେଲପ କ୍ଳବ ତରଫରୁ ଅସହାୟ ବୃଦ୍ଧା ଙ୍କୁ ସହାୟତା
ବେଲଗୁଣ୍ଠା,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବାଣତୁମ୍ଭ ରାସ୍ତା କଡରେ ଖୋଲାଆକାଶ ତଳେ ଏକ ବୃକ୍ଷ ନିକଟରେ କୁମାରୀ ପାଳ ନାମକ ଜଣେ ଅସହାୟ ବୃଦ୍ଧା ପାଖ ଅଂଚଳ ରୁ କିଛି ଭିକ୍ଷା ବୃତ୍ତି କରି ଯାହା ଆଣେ ତାକୁ ସେ ନିଜେ ରୋଷେଇ କରି ଅତି ଦୟନୀୟ ଅବସ୍ଥାରେ ସେଠାରେ ଦୀର୍ଘ ଦିନ ହେଲା ରହିଆସୁଛନ୍ତି l ତାଙ୍କର ଏହି ଦୟନୀୟ ଅବସ୍ଥା ଦେଖି ଭଞ୍ଜନଗର ଜୟ ହିନ୍ଦ ହେଲପ କ୍ଳବ ର ସଦସ୍ୟ ଭେଙ୍କେଟ ରାଓ, ଶରତ ବିଷୋୟୀ, ଡି. ଶ୍ୟାମ ସୁନ୍ଦର (ରାଜା ) ଓ ବବି ରଥ ମିଶି ଅସହାୟ କୁମାରୀ ଙ୍କୁ କମ୍ବଳ, ଲୁଗା, ଧୋତି, ଗାମୁଛା, ଚାଉଳ, ଡାଲି, ଆଳୁ, ଘିଅ ଇତ୍ୟାଦି ଅତ୍ୟାବଶିକ ଦ୍ରବ୍ୟ ପ୍ରଦାନ କରି ମାନବିକତାର ପରିଚୟ ଦେଇଛନ୍ତି l


