ଝଙ୍କଡ଼ରତ୍ନ ମଧୁସୂଦନ ରାଉଳ ଙ୍କୁ ସ୍ମୃତିସମ୍ମାନ ପ୍ରଦାନ

ତିର୍ତୋଲ, (ଅଭିଷେକ ତ୍ରିପାଠୀ):ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ଠାରେ ଝଙ୍କଡ଼ ବୋଇତବନ୍ଦାଣ ପରିଷଦ ଓ କନକପୁର ଗ୍ରାମପଞ୍ଚାୟତ ମିଳିତ ଆନୁକୂଲ୍ୟରେ ସର୍ବପ୍ରଥମଥର ପାଇଁ ଆରମ୍ଭହୋଇଥିବା ମହୋତ୍ସବ ଦଶତାରିଖ ଗୁରୁବାର ଦିନ ବିଳମ୍ବିତରାତିରେ ମହାସମାରୋହ ରେ ଉଦଯାପିତ ହୋଇଯାଇଛି ପରିଷଦର ସମ୍ପାଦିକା ତଥା ସରପଞ୍ଚ ରେବତୀ ମହାନ୍ତି ଏହି ଉପଲକ୍ଷେ ଆୟୋଜିତ ଉଦଯାପନୀ ସଭାରେ ସଭାପତିତ୍ବ କରିଥିବାବେଳେ ପରିଷଦର ସଭାପତି ଅଶୋକ କୁମାର ମହାନ୍ତି ମଞ୍ଚପରିଚାଳନା କରିଥିଲେ ମୁଖ୍ୟଅତିଥି ଭାବେ ତିର୍ତୋଲବ୍ଲକ ଅଧକ୍ଷ ମନୋଜକୁମାର ବେହେରା ଓ ସମ୍ମାନିତଅତିଥିଭାବେ ତିର୍ତୋଲ ବ୍ଲକ ବିଜେଡିର ସଭାପତି ତଥା ଜିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳ ଉପାଧ୍ୟାକ୍ଷା ସନ୍ଧ୍ୟାରାଣୀ ମହାନ୍ତି ଓ ତିନିନମ୍ବରଜୋନର ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା ପ୍ରମୁଖ ଯୋଗଦେଇ ତିର୍ତୋଲର ଗୋପୀଆକୁଦ ରେ ଚାଲିଥିବା ଏକଚାଟିଆ ଚେଳିତୋଳ ବାଲିଯାତ୍ରା ରେ ବିଧାୟକଙ୍କ ମନମାନି କୁ ତୀବ୍ରନିନ୍ଦା କରିବା ସହିତ ଝଙ୍କଡ଼ବୋଇତବନ୍ଦାଣ ଉତ୍ସବକୁ ସର୍ବଦଳୀୟ ଓ ସାର୍ବଜନୀନଉତ୍ସବ ଭାବେ ପାଳନ କରାଯାଇ ଆମ ଅଞ୍ଚଳ ରେ ପବିତ୍ରଭାଇଚାରା କୁ ସୁଦୃଢ କରିଥିବାର ପ୍ରୟାସ କରାଯାଇଥିବାରୁ ଆୟୋଜକ ମାନଙ୍କର ଏହି ଉଦ୍ୟମ କୁ ଉଚ୍ଚପ୍ରଶଂସା କରିଥିଲେ ଏହିଅବସରରେ ନିମନ୍ତ୍ରିତଅତିଥିମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା କଳାକାରମାନଙ୍କୁ ଝଙ୍କଡ଼ପ୍ରତିଭାସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ବିଶେଷକରି ମା ସାରଳା ଠାକୁରାଣୀ ଙ୍କ ବିଭିନ୍ନବେଶ ଛବିର ପ୍ରଥମଚିତ୍ରଶିଳ୍ପୀ ଓ ବହୁ ସାରଳାଭକ୍ତିଗ୍ରନ୍ଥ ର ଲେଖକ ଓ ପ୍ରକାଶକ ଝଙ୍କଡ଼ରତ୍ନ କବି ମଧୁସୂଦନ ରାଉଳ ଙ୍କ ଉଦ୍ଦେଶ୍ୟରେ ମରଣତୋର ସ୍ମୃତିସମ୍ମାନ ତାଙ୍କ ସୁପୁତ୍ର ତଥା ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ଙ୍କୁ ପ୍ରଦାନ କରାଯାଇଥିଲା ତେବେ ଦୀର୍ଘଚାରିଦିନବ୍ୟାପି ଅନୁଷ୍ଠିତ ଏହି ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିବାକ୍ଷେତ୍ରରେ ପରିଷଦର କାର୍ଯ୍ୟକାରିଣୀ ସଦସ୍ୟ ରଜନୀକାନ୍ତ ରାଉଳ ପ୍ରକାଶଚନ୍ଦ୍ର ସିଂହ ସର୍ବେଶ୍ୱର ଭଟ ସୁରେନ୍ଦ୍ରବିଶ୍ୱାଳ ଲଳିତମହାନ୍ତି ଜୟନ୍ତକୁମାର ସାହୁ କାହ୍ନୁଚରଣ ସାମଲ ମନୋଜ ଦାସ ତାପସ ମଲ୍ଲିକ ଓ ବାଦଲ କୁମାର ପରିଜା ପ୍ରମୁଖ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ନୃସିଂହ ଚରଣ ସେଠି ଙ୍କ ତତ୍ୱାବଧାନ ରେ ମାସାରଳା ଭଜନ ସନ୍ଧ୍ୟା ପରିବେଷଣ ସହିତ ଭିନ୍ନଭିନ୍ନ ଦିବସରେ ନାଟରାଜ ଡ୍ୟାନ୍ସଗ୍ରୁପ କଟକ ସିଟି ଡ୍ୟାନ୍ସଗ୍ରୁପ ଭଦ୍ରକ ଓ ରକଡ୍ୟାନ୍ସ ଗ୍ରୁପ ଦ୍ୱାରା ନୃତ୍ୟ ସଙ୍ଗୀତକାର୍ଯ୍ୟକ୍ରମ କୁ ଦର୍ଶକମାନେ ଉପଭୋଗ କରିଥିଲେ ମାତ୍ର ସବୁଠାରୁ ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିଲା ପଞ୍ଚାୟତ ର ସାରଳାଦାସ ସରୋବର ପଟ୍ଟନାକିଆ ପୁଷ୍କରିଣୀ ରେ ସାଧବାଣୀମାନଙ୍କ ଗ୍ରହଣ ରେ ସରପଞ୍ଚ ଙ୍କ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ