ଝଣଝଣା ଗ୍ରାମବାସୀଙ୍କ ପାଣିପାଇଁ ରାସ୍ତାରୋକ

ହାଟଡିହି, (ବିକାଶ ବିଶ୍ୱାଳ) :-ଗାଁରେ ତିନି ତିନୋଟି ନଳକୂପ ଅଛି, ଦୁଇଟି କୁଅବି ଅଛି, ଗାଁକୁ ପାଇପ ଯୋଗେ ପାନୀୟଜଳ ଯୋଗାଣର ବ୍ୟବସ୍ଥା ମଧ୍ୟ ଅଛି, ହେଲେ ଦୀର୍ଘ ଦେଢ଼ ମାସଧରି ପାନୀୟ ଜଳରୁ ବଞ୍ଚିତ ହୋଇଛନ୍ତି ଗ୍ରାମବାସୀ । ଯେଉଁଥିପାଇଁ କି ଆଜି ସକାଳୁ ସକାଳୁ ଶହଶହ ମହିଳା ଗରା ମାଡିଆ ଧରି ରାସ୍ତା ଅବରୋଧ କରିଛନ୍ତି । ଏପରି ଘଟଣା ଦେଖିବାକୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ୭ନଂ ୱାର୍ଡରେ ।  ଏହି ୱାର୍ଡରେ ସାତଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିବାବେଳେ ଗାେଁରେ ତିନୋଟି ନଳକୂପ ଅଛି । କିନ୍ତୁ ପାଣି ବାହାରୁ ନାହିଁ । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଏପରିକି ଗତ କିଛିମାସ ହେଲା ବର୍ଷ ନହେବାରୁ ଜଳସ୍ତର ହ୍ରାସ ପାଇଥିବାରୁ  ତିନୋଟି ଯାକ ନଳକୂପ ଅଚଳ ହୋଇ ପଡିଛି । ଗାଁରେ ଦୁଇଟି କୂଅ ଥିଲେବି ପାଣି ଦୁଷିତ ହୋଇଯାଇଥିବାରୁ ତାହା ବ୍ୟବହାର ଉପଯୋଗୀ ହୋଇ ପାରୁନି । ଗାଁକୁ ପାଇପ ଯୋଗେ ପାନୀୟଜଳ ଯୋଗାଣର ବ୍ୟବସ୍ଥା ଥିଲେବି ଦେଢ଼ ମାସ ହେବ ପାଇପରେ ପାଣି ଆସୁନି । ତେଣୁ ଗାଁ ଲୋକେ ପିଇବା ପାଣି ଟୋପେ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ସେମାନେ ଗତ ମାସେ ହେବ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ସବୁଠି ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିଲାନି । ଏହାକୁନେଇ ଗ୍ରାମବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେବାସହ ଆଜି ରବିନ୍ଦ୍ର ବିରୁଆ, ସୁକାନ୍ତୀ ନାଏକ, ଚଗୁଲୁ ଦେହୁରୀ, ସପନି ଜାମୁଦା, ବେଲ ହେମ୍ରମ, ସୁମିତ୍ରା ହୋ, ସୀତା ମୁଣ୍ଡାଙ୍କ ସମେତ ଶହଶହ ମହିଳା ଗରା, ମାଡିଆ ଓ ହାଣ୍ଡି,  ଡେକଚି ଧରି ସକାଳ ୬ଟା ଠାରୁ ଛେନାପଦି ହଦଗଡ ରାସ୍ତାର ଢ଼େଙ୍କା ଛକ ନିକଟରେ ରାସ୍ତା ଅବରୋଧ କରି ବସିଯାଇଥିଲେ । ଫଳରେ ବଉଳା, ଆଗରପଡା ପଟୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବସ ଗୁଡିକ ସେଠାରେ ଅଟକି ରହିଥିଲା । ଚାରି ଚକିଆ ଯାନ କିମ୍ବା ବାଇକଟିଏ ମଧ୍ୟ ଛାଡି ନଥିଲେ । ଫଳରେ ଯାତ୍ରୀମାନେ ଖରାରେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖବରପାଇ ସୋସୋ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେବି ସେମାନେ ରାଜି ହୋଇ ନଥିଲେ । ପରେ ପୁର୍ବତନ ଜିଲ୍ଲାପରାିଷଦ ରବିନ୍ଦ୍ର ନାୟକ, ଢ଼େଙ୍କା ପଞ୍ଚାୟତର ସରପଞ୍ଚ ସୁବାସିନୀ ସେଠୀ ସଙ୍ଗେ ସଙ୍ଗେ ପାଇପ ଯୋଗେ ପାନୀୟଜଳ ଯୋଗାଣ କରାଇବା ସହ ତିନୋଟିଯାକ ନଳକୂପ ମରାମତି କରାଇବାପରେ ଲୋକମାନେ ଆନେ୍ଦାଳନରୁ ହଟିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ