ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର ଲୁଟ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ବେତୀରା ଗ୍ରାମର ଦୁର୍ଯୋଧନ କରଙ୍କ ଘରୁ ଗତକାଲି ରାତିରେ ଝରକା ଗ୍ରୀଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର ଲୁଟ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଗତକାଲି ରାତିରେ ପରିବାର ଲୋକମାନେ ଅତ୍ୟଧିକ ଗରମ ଯୋଗୁଁ ବାହାର ପଟ ରୁମରେ ଶୋଇଥିବାବେଳେ କେହି ଦୁର୍ବୁତ ଝରକା ଗ୍ରୀଲ ଭାଙ୍ଗି ଗଡରେଜ ଆଲମିରା ଭିତରୁ ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର ସମେତ ନଗଦ ୧୦ହଜାର ଟଙ୍କା ଲୁଟି ନେଇଯାଇଥିଲେ । ପରିବାର ଲୋକେ ଆଜି ସକାଳୁ ଉଠି ଚୋରୀ ସମ୍ପର୍କରେ ଜାଣିବାପରେ ନନ୍ଦିପଦା ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେହି ସ୍ଥାନୀୟ ଜଣାଶୁଣା ଲୋକ ଏହି ଚୋରୀରେ ସଂପୃକ୍ତ ଥିବା ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ