ଝରଣାରୁ ଶୁଭୁଛି ଡମ୍ବରୁ ଶବ୍ଦ

ମାତା ପାର୍ବତୀ ଏବଂ ଭଗବାନ ଶିବଙ୍କ ନିବାସ କୈଳାସ ପର୍ବତ ନିକଟରେ ରହିଛି ମାନସରୋବର ଝରଣା । ଏହା ବିଶ୍ୱର ସବୁଠୁୁ ସ୍ୱଚ୍ଛ ଝରଣା । ଏହି ଝରଣା ପ୍ରାକୃତିକ କିମ୍ବା ଏହାକୁ ନିର୍ମାଣ କରାଯାଇଛି, ଏହାର ସତ୍ୟାସତ୍ୟ ଆଜିଯାଏ ଜଣାପଡ଼ିନାହିଁ । ଏହି ଝରଣା ସହିତ ଆଉ ଏକ ରହସ୍ୟ ଯୋଡ଼ି ହୋଇ ରହିଛି । ଯାହା ସମ୍ପର୍କରେ ବୈଜ୍ଞାନିମାନେ ମଧ୍ୟ ଆଜି ପର୍ଯ୍ୟନ୍ତ ଜାଣି ପାରିନାହାନ୍ତି । କୈଳାସ ପର୍ବତ ନିକଟରେ ଥିବା ଏହି ଝରଣାରେ ଏକ ଅଜବ ଶବ୍ଦ ଶୁଣିବାକୁ ମିଳିଥାଏ । ଝଡ଼ବାତ୍ୟାରେ ଜାହାଜ ବୁଡ଼ିଯାଉଥିବା ପରି ଶବ୍ଦ ହୋଇଥାଏ । ବାସ୍ତବରେ ଏମିତି କିଛି ହୋଇନଥାଏ । କୁହାଯାଏ, ଏ ଶବ୍ଦକୁ ଧ୍ୟାନ ସହକାରେ ଶୁଣିଲେ ଯେମିତି ଡମ୍ବରୁ ବାଜିବା ପରି ଶବ୍ଦ ହେବା ସହ ଓଁର ଧ୍ୱନି ଶୁଭେ । ଆହୁରି ଏମିତି ମଧ୍ୟ ଶୁଣିବାକୁ ମିଳେ ବିଳମ୍ବିତ ରାତି ପ୍ରାୟ ୨.୩୦ରୁ ୩.୪୫ ମଧ୍ୟରେ କୈଳାସ ପର୍ବତର ଆଖପାଖ ଅଞ୍ଚଳରେ ଅଲୌକିକ ଘଟଣା ଘଟିଥାଏ । ଯାହା ଦେଖି ହୁଏନାହିଁ । କେବଳ ଅନୁଭବ କରିହୁଏ । ଏମିତି କୁହାଯାଏ ମାନସରୋବର ଝରଣାରେ ଯଦି କୌଣସି ବ୍ୟକ୍ତି ଥରେ ବୁଡ଼ ପକାନ୍ତି ତେବେ ଦ୍ୱିତୀୟ ବାର ଜନ୍ମ ନେବାକୁ ପଡ଼ିବ ନାହିଁ । ଏଥିପାଇଁ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଏହି ଝରଣା ଦେଖିବାକୁ ଆସିଥାନ୍ତି କେବଳ ଅଲୌକିକ ଶକ୍ତିର ଅନୁଭବ କରିବାକୁ । ବରଫ ତରଳୁ ଥିବାରୁ ଏପରି ଶବ୍ଦ ହୋଇଥାଏ ବୋଲି ବୈଜ୍ଞାନିକମାନେ ଯାହା ଅନୁମାନ କରୁଛନ୍ତି । କିନ୍ତୁ ଶ୍ରଦ୍ଧାଳୁଙ୍କ ମତରେ ଏପରି ଶବ୍ଦ ପଛରେ କିଛି ଅଲୌକିକ କାହାଣୀ ଲୁଚି ରହିଛି । ଏହା ପଛରେ ଯେଉଁ କାରଣ ଥାଉ ନା କାହିଁକି ଆଜି ପର୍ଯ୍ୟନ୍ତ ଏହାର ସଠିକ୍ କଥା କାହାକୁ ଜଣାପଡ଼ିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ