ଝଲସିବ ପ୍ରସିଦ୍ଧ ଝଙ୍କଡ଼ ଶାରଳା ପୀଠ

ତିର୍ତ୍ତୋଲ, (ଆଭିଷେକ ତ୍ରିପାଠୀ): ଝଙ୍କଡ଼ ଶାରଳା ପୀଠର ସୌନ୍ଦଯ୍ୟ କରଣ ନିମନ୍ତେ ବୁଧବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ବଡ ଠାକୁର ବଳଭଦ୍ର ମହାପ୍ରଭୁ ଙ୍କ ଆର୍ବିଭାବ ସ୍ଥଳରେ ଭୂମି ପୂଜନ ସହ ମା ଙ୍କ ର ପୂଜାର୍ଚ୍ଚନା କରାଯାଇଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାରଳା ପୀଠର ସୌନ୍ଦଜ୍ୟ କରଣ ତଥା ଉନତି କରଣ ପାଇଁ ଏକ କୋଟି ଟଙ୍କା ର ଆର୍ଥିକ ଅନୁଦାନ ରାଶି ଘୋଷଣା କରିଥିଲେ | ବଳଭଦ୍ର ଦାରୁ ସ୍ଥଳକୁ ଏକ ସ୍ମୃତି ପୀଠ ନିମନ୍ତେ ପୁରୀ ଶ୍ରୀ ମନ୍ଦିର ରୁ ଆସିଥବା ବଳଭଦ୍ର ଙ୍କ ରଥ ତାଳଧ୍ୱଜ ର ଚକ ଓ ଆର୍ଥିକ ଅନୁଦାନ ଏ ପର୍ଯ୍ୟନ୍ତ କାର୍ଯ୍ୟରେ ଲାଗି ପାରିଲା ନାହିଁ | ମା ଙ୍କ ଚନ୍ଦନ ପୋଖରୀ ପବିତ୍ର ଜଳରେ ରେ ଅଳିଆ ଆବଜଣ୍ଣା ପଡିବାରୁ ପୋଖରୀ ର ଜଳ ଦୂଷିତ ହେବାସହ ଦୁର୍ଗନ୍ଧ ହେଉଅଛି |ପୋଖରୀ ର ଜଳକୁ ସ୍ୱଚ୍ଛ କରିବାକୁ ଏକ ମଟର ବୋରିଙ୍ଗ କରିବାସହ ଅନ୍ୟ ଆନୁସଙ୍ଗିକ କାର୍ଯ୍ୟ ଆରମ୍ଭ ସହ ୨୦୧୫ଦାରୁ ଛେଦନ ସମୟରେ ପ୍ରଶାସନ ପକ୍ଷରୁ ଅନେକ ଦୋକାନ ଗୁଡିକ ଭଙ୍ଗାଯାଇ ଥିଲା ବିସ୍ଥାପିତଙ୍କୁ ନୂତନ ମାର୍କେଟ କମ୍ପ୍ଲେକ୍ସ କରି ସମସ୍ତ ଦୋକାନୀ ମାନଙ୍କୁ ଥଇଥାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା।କିନ୍ତୁ ନୂତନ ମାର୍କେଟ କମ୍ପ୍ଲେକ୍ସ ର କାର୍ଯ୍ୟ ସାରିଥିଲେ ମଧ୍ୟ ସେମାନଙ୍କୁ ଥଇଥାନ କରାଯାଉ ନାହିଁ ବୋଲି ଅଭିଯୋଗ ଆସୁଛି।ଅନ୍ୟପକ୍ଷରେ କରନା କଟକଣା ରେ ମନ୍ଦିର ବନ୍ଦ ଥିବାରୁ ସେବାୟତ ମାନେ ଚଳିବା ମୁସ୍କିଲ ହୋଇପଡିଛି।ବୋଲି ସେବାୟତ ମାନେ ଅଭିଯୋଗ କରିଥିବାବେଳେ ମନ୍ଦିର ଖୋଲିବାକୁ ସେବାୟତ ମାନେ ଦାବି କରୁଛନ୍ତି।ଉକ୍ତ ବୈଠକ ରେ ଆର ‘ଆଣ୍ଡ ‘ବି’ବିଭାଗ ର ନିର୍ବାହୀ ଯନ୍ତ୍ରୀ ଇଂ ନିମାଇଁ ଚରଣ ଦାସ., ତିର୍ତ୍ତୋଲ ମଣିଜଙ୍ଗା ସବ ଡିଭିଜନ ର ସହ କାରି ଯନ୍ତ୍ରୀ ଇଂ ବାବାଜୀ ଚରଣ ବେହେରା, ଶାରଳା ମନ୍ଦିର ପ୍ରଶାସନ କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ପରିଜା ଙ୍କ ସମେତ ଠିକାଦାର ତାପନକୁମାର ସ୍ୱାଇଁ ପ୍ରମ୍ମୁଖ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ