ଝାଟିମାଟି ଘରେ ବିତୁଛି ଜୀବନ : ତେବେ ଯୋଜନା କାହାପାଇଁ

ଫୁଲବାଣୀ, (ସୁନିଲ କୁମାର ବେହେରା):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗେରୁପଡାର ବୈରିକୁମ୍ପା ଗ୍ରାମରେ ଶୁବଳ ବେହେରା ଦିର୍ଘ ବର୍ଷରୁ ସ୍ତ୍ରୀ ପୁଅ ଝିଅ ଙ୍କୁ ନେଇ ଭଙ୍ଗାରୁଜା ଘରେ ରହି ଆସୁଛନ୍ତି । ତାଙ୍କ ପାଇଁ ଭରଷା କହିଲେ ତିଆରି କରିଥିବା ଝାଟିମାଟି ଘର । ଦିର୍ଘ ବର୍ଷ ହେବ ବୈରୁକୁମ୍ପା ଗାଁରେ ରହି ଆସୁଛନ୍ତି l କିନ୍ତୁ ଦୁଃଖ କହିଲେ ରହିବାକୁ ଘର ଖଣ୍ଡିଏ ନାହିଁ l ବହୁତ ଦିନରୁ ଭଙ୍ଗା ଘରହିଁ ସାହା ଭରଷା l ସ୍ବାଧୀନତା ପରେ ଠାରୁ ଆଜି ପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ରହି ଆସୁଛନ୍ତି ଭଙ୍ଗା ଝାଟିମାଟି କୁଡ଼ିଆରେ ସରକାରଙ୍କ ଯୋଜନା ପରେ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ମିଳୁନାହିଁ ରହିବା ଭଲ ଘର ଖଣ୍ଡିଏ । ଆମେ କହୁଛୁ ବୈରିକୁମ୍ପା ଗାଁର ଶୁବଳ ବେହେରା ପରିବାରର ଏକ ଦୁଃଖ ଭରା କଥା । ତାଙ୍କ ପରିବାରର କହିଲେ ସ୍ତ୍ରୀ ଝିଅ ମିଶି ଚାରି ପରିବାର ସାହାଭରଷା ତାଙ୍କ ପାଇଁ ଏହି ଭଙ୍ଗା କୁଡିଆ । ଦିନ ମଜୁରୀ ମୂଲ ଲାଗିବାକୁ ଯାଇ ମିଳିଥିବା ଅର୍ଥରେ ତିଆରି କରିଥିବା ଝାଟିମାଟି ଘରରେ ବିତୁଛି ଦିନ କିନ୍ତୁ ପହଞ୍ଚି ପାରୁନାହିଁ ଘର ଖଣ୍ଡିଏ l ସରକାରୀ ସହାୟତା କହିଲେ ଚାଉଳ ମୁଠାଏ ଛଡ଼ା ଅନ୍ୟ କିଛି ପାଇପାରୁ ନାହାନ୍ତି ଶୁବଳ ବେହେରା ପରିବାର ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଦୌଡୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ସବୁ ସ୍ତରରେ କେବଳ ମିଳିଛି ପ୍ରତିଶ୍ରୁତି ବୋଲି କହିଛନ୍ତି ଶୁବଳ ବେହେରା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ