ଝାଡଖଣ୍ଡର ଦୁଷ୍କର୍ମକାରୀକୁ ଅଭିଯୁକ୍ତକୁ ଫାଶୀଦଣ୍ଡ
ଆଇନର ବିଧିବ୍ୟବସ୍ଥା ଭିତରେ ସବୁଠାରୁ ବଡ ଦଣ୍ଡ ହେଉଛି ଫାଶୀ । ଯେଉଁ ମାନେ ସମାଜର ଅତି ଜଘନ୍ୟ ଘୃଣ୍ୟ କାମ କରିଥାନ୍ତି ସେମାନଙ୍କୁ ଫାଶୀ ଦିଆଯାଏ । ଦେଶରେ ଯେଉଁ ଭଳି ଭାବରେ ଦ୍ରୁତଗତିରେ ବଢିଚାଲିଛି ଦୁଷ୍କର୍ମ କରିବା ଘଟଣା ଦେଶରେ ଚିନ୍ତାର କାରଣ ପାଲଟିଥିବା ବେଳେ ଅଭିଯୁକ୍ତ ମାନେ ପ୍ରମାଣ ନଷ୍ଟ କରିବା ନିମନ୍ତେ ହତ୍ୟା କରିବା ଘଟଣା ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି । ପୁଣୀ ଜଣେ ଅଭିଯୁକ୍ତ ଅତିଶିଘ୍ର ଭାଶିରେ ଝୁଲିବ । ଝାଡଖଣ୍ଡର ରାଜଧାନୀ ରାଂଚିରେ ଜଣେ ବିଟେକ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ପ୍ରମାଣ ନଷ୍ଟ କରିବା ନିମନ୍ତେ ହତ୍ୟା ମାମଲାରେ ରାହୁଲ ରାଜକୁ ଶନିବାର ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଛି । ସୂଚନା ଅନୁଯାୟୀ ୨୦୧୬ ମସିହା ଡିସେମ୍ବର ୧୫ ତାରିଖରେ ରାହୁଲ ଜଣେ ଇଂଜିନିୟର ଛାତ୍ରୀଙ୍କୁ ବଳତ୍କାର କରିବା ସହ ହତ୍ୟା କରିଥିଲେ । ଯୁବତୀଙ୍କ ମୃତ ଦେହ ଡିସେମ୍ବର ୧୬ ତାରିଖ ବୁଟୀ ବସ୍ତି ଅଂଚଳରୁ ପୋଡା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କ ଭଉଣୀ ବାରମ୍ବାର କଲ କରିବା ପରେ ମଧ୍ୟ କଲ ରିସିଫ କରିନଥିବାରୁ ପଡୋଶୀ ଘରକୁ କଲ କରିଥିଲେ । ଯେତେ ବେଳେ ଛାତ୍ରୀଙ୍କ ଖବର ବୁଝିବାକୁ ଯାଇଥିଲେ ସେତେବେଳେ ତାଙ୍କ ଘରୁ ଧୁଆଁ ବାହାରିବା ସହ ଅର୍ଦ୍ଧଦଗ୍ଧ ମୃତଦେହ ପଡିରହିଥିବା ଦେଖିବାକୁ ପାଇଥିଲେ । ଛାତ୍ରୀଙ୍କୁ ବଳତ୍କାର ପରେ ନିଆଁ ଲଗାଇ ପୋଡି ମାରିଦେଇଥିବା ଘଟଣା ଶବବ୍ୟେବଚ୍ଛେଦ ରିପୋର୍ଟରୁ ଜଣାପଡିଥିଲା ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ବେଳେ କୋର୍ଟ ପୋକସୋ ଆକ୍ଟରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ।