ଝାଡଖଣ୍ଡ ମୁକ୍ତି ମୋର୍ଚା ପକ୍ଷରୁ ଶହୀଦ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ୟତମ ମହାନ ରଥୀ, ଆଦିବାସୀଙ୍କ ପ୍ରାତଃସ୍ମରଣୀୟ, ସମାଜ ସଂସ୍କାରକ, ସଂସ୍କୃତି ରକ୍ଷକ, ଧରତୀ ଆବା, ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ବିଭିନ୍ନ ସ୍ଥାନରେ ଝାଡଖଣ୍ଡ ମୁକ୍ତି ମୋର୍ଚା ପକ୍ଷରୁ ପାଳିତ ହୋଇଯାଇଛି । ଜିଲ୍ଲା ସଂଯୋଜକ ସୁନାରାମ ଟୁଡୁ, ଶ୍ୟାମ ଚରଣ କିସ୍କୁ , ସାଲୁ କିସ୍କୁ, ମନୋଜ ବାରିକ, ସ୍ୱରୂପ ମହାନ୍ତ, ସୂରେଶ ମୁର୍ମୁ, ରଘୁନାଥ ମୁର୍ମୁଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇ ବୀର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଝାମୁମୋ ରାଜ୍ୟ ସୁପ୍ରିମୋ ଅଂଜନି ସୋରେନ କହିଥିଲେ ବ୍ରିଟିଶ ସରକାରଙ୍କ ଜନ ମାରଣ ନୀତି, ଆଦିବାସୀଙ୍କ ଉପରେ ଅକଥନୀୟ ଅତ୍ଯାଚାର, ଧର୍ମାନ୍ତିକରଣ, ସଂସ୍କୃତି ଉପରେ ପ୍ରହାର, ଜଙ୍ଗଲ , ଜମି ଲୁଣ୍ଠନ, ଅତ୍ୟାଧିକ ଖଜଣା ଆଦାୟ ନେଇ ଶହୀଦ ବୀର୍ସା ମୁଣ୍ଡା ସ୍ୱର, ଆନ୍ଦୋଳନ‌ ଓ ସଂଗ୍ରାମ କରିଥିଲେ । ଯାହାଫଳରେ କି ବ୍ରିଟିଶ ସରକାର ତାଙ୍କୁ ଜେଲ କାରବରଣ, ଶାରିରୀକ ଅତ୍ୟାଚାର, ମାନସିକ ଅତ୍ୟାଚାର କରିଥିଲେ । ଶେଷରେ ଖୁବ କମ ବୟସରେ କିଭଳି ମୃତ୍ୟୁବରଣ କରିଥିଲେ ତାହା ଆଜି ଵି ପ୍ରଶ୍ନବାଚୀ ହୋଇ ରହିଛି ? ଶହୀଦ ବୀର୍ସା ମୁଣ୍ଡା ଜଣେ ସମାଜ ସଂସ୍କାରକ ଥିଲେ । ତାଙ୍କର ତ୍ୟାଗ ଓ ବଳିଦାନ ପାଇଁ ସେ ଆଜି ଧରତୀ ବାବା ବା ଭଗବାନ ଵୀର୍ସା ମୁଣ୍ଡା ଭାବେ ଚିର ପୂଜିତ । ତାଙ୍କରି ଆଦର୍ଶରେ ଝାଡଖଣ୍ଡ ମୁକ୍ତି ମୋର୍ଚା ପ୍ରତ୍ୟାକ ଅଂଚଳରେ ଅନ୍ୟାୟ, ଅତ୍ୟାଚାର ତଦସହ ଜଳ, ଜଙ୍ଗଲ, ଜମି ଓ ମାନୁଷ ପାଇଁ ସଂଗ୍ରାମ ଜାରି ରଖିବ ବୋଲି ଉପସ୍ଥିତ ଦଳୀୟ କର୍ମିଙ୍କୁ ପରାମର୍ଶ ଦେଇଥିଲେ । ସେହିଭଳି ଝାମୁମୋ ଉପସଭାପତି ପ୍ରହଲାଦ ପୂର୍ତ୍ତିଙ୍କ ନେତୃତ୍ୟରେ ରାଇରଙ୍ଗପୁର ମେଡିକାଲ ଛକରେ ଶହୀଦ ଵୀର୍ସା ମୁଣ୍ଡାଙ୍କୁ ଦଳର ନେତୃବୃନ୍ଦ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିଭଳି ବିଶୋଇ ଛକରେ ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦାଙ୍କ ନେତୃତ୍ୟରେ ବୀର୍ସା ମୁଣ୍ଡାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସେଠାରେ ବୀର୍ସା ମୁଣ୍ଡା ଜୟନ୍ତୀଙ୍କୁ ଦଳୀୟ କର୍ମିବୃନ୍ଦ ପାରଂପାରିକ ବେଶଭୂଷାରେ ନୃତ୍ୟ ବାଜାରେ ତାଳେ ତାଳେ ଆନନ୍ଦ ଉଲ୍ଲାସର ସହ ବୀର୍ସା ମୁଣ୍ଡା ଜୟନ୍ତୀ ପାଳିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ