ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ  ଗୁଣ୍ଡୁରିଆ ଶହୀଦ ଦିବସ ପାଳିତ

ରାଇରଙ୍ଗପୁର- ୧୯୪୯ ମସିହା ଫେବୃଆରୀ ୬ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଲକର ଅଁଳାଯୋଡ଼ି ପଞ୍ଚାୟତର ବଣ ପାହା ମହିଳାଡ ନଦୀ ଘେରା ଗୁଣ୍ଡୁରିଆଠାରେ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀମାନେ ଶାନ୍ତି ଶୃଙ୍ଖଳାର ସହିତ ଓଡ଼ିଶାରେ ମିଶିବେ ନା ସେତେବେଳେର ବିହାର ରାଜ୍ୟ ସହିତ ମିଶିବେ ଏହାକୁ ନେଇ ବୈଠକ ଚାଲିଥିବାବେଳ ତତ୍‌କାଳିନ ଓଡ଼ିଶା ସରକାର ମେଳି ଚାରିପଟୁ ଅତର୍କିତ ଘେରାଉ କରି ନିରିହ ଆଦିବାସୀଙ୍କ ଛାତିକୁ ତୁହାକୁ ତୁହା ଗୁଳି ମାରିଥିଲେ  । ଶହ ଶହ ନିରୀହ ଆଦିବାସୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଟଳି ପଡ଼ିଥିଲେ । ଗରିଆ ନଈର ପାଣି ଲାଲା ହୋଇଯାଇଥିବା ବେଳେ ଗୁଣ୍ଡୁରିଆ ମାଟି ରକ୍ତ ରଂଜିତ ହୋଇଥିଲା । ପୃଥିବୀର କୌଣସି ଦେଶରେ ସ୍ବାଧୀନତା ପରେ ଶାନ୍ତି ପୂର୍ଣ୍ଣ ଭାବେ ମା\’ମାଟି\’ମାନୁଷ\’ଭାଷା, ସଂସ୍କୃତି ରକ୍ଷା ଓ ନିଜର ହକ ପାଇଁ ପାଇଁ ବୈଠକ କରୁଥିବା ବେଳେ ଅମାନୁଷିକ ଭାବେ ପୋଲିସର ଆକ୍ରମଣରେ ଟଳି ପଡ଼ିବାର ଇତିହାସର ଘଟି ନାହିଁ । ସେହି ନିରିହ ଆଦିବାସୀ ବୀର ପୁରୁଷମାନଙ୍କୁ ଓଡ଼ିଶାର ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ଏକ ଶହୀଦ ସ୍ମୃତି ସଭା ଗୁରୁବାର ଦିନ ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର ରାଜ୍ୟ ସଭାପତି ମହେଶ ହେମ୍ବ୍ରମ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ଝାଡଖଣ୍ଡ ପ୍ରଦେଶର ଷଢେ଼ଇକଳା ବିଧାୟକ ତଥା ପରିବହନ ଓ ଆଦିବାସୀ ମନ୍ତ୍ରୀ ଚାମ୍ପାଇ ସୋରେନ୍ ,ବହଡାଗୋଡା ବିଧାୟକ ସମିର ମହାନ୍ତି,ଘାଟଶିଳା ବିଧାୟକ ରାମଦାସ ସୋରେନ୍,ପଟକା ବିଧାୟକ ସଂଜୀବ ସର୍ଦାର,ଓଡ଼ିଶା ଝାମୁମୋ ମହିଳା ସଂପାଦିକା ଅଂଜନି ସୋରେନ୍, ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି, ବରିଷ୍ଠ ନେତା ରାମଚନ୍ଦ୍ର ମୁର୍ମୁ, ହଙ୍ଗଲ ସିଂ ଟୁଡୁ ସୁନିଲ ମାଝୀ,ଭଂଜ ମହାନ୍ତି ଏବଂ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ । ଆଦିବାସୀଙ୍କ ସ୍ବାର୍ଥ ଏବଂ ଅଂଚଳର ହକ ପାଇଁ ସରକାରରେ ଥାଉ ବା ନ ଥାଉ ଲଢେଇ କରିବା ବୋଲି ବକ୍ତା ମାନେ ବକ୍ତବ୍ୟରେ କହିଥିଲେ । ଜଳ,ଜଙ୍ଗଲ,ଜମି ପାଇଁ ଲଢେ଼ଇ ଚାଲୁ ରହିବ । ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ଝାଡଖଣ୍ଡ,ଓଡ଼ିଶା ଓ ପଶ୍ଚିମବଙ୍ଗରୁ ବହୁ ଆଦିବାସୀ ଭାଇଭଉଣୀ ଛୁଟି ଆସିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ