ଝାଡ଼ଖଣ୍ଡର ପୁର୍ବତ୍ତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୂଙ୍କ ଜିଲ୍ଲା ବିଜେପି ତରଫରୁ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା):ଝାଡ଼ଖଣ୍ଡର ପୁର୍ବତ୍ତନ ରାଜ୍ୟପାଳ, ବିଜେପିର ବରିଷ୍ଠ ନାରୀ ନେତ୍ରୀ ସୁଶ୍ରୀ ଦ୍ରୌପଦୀ ମୁର୍ମୂ ଆଜି ଏକ ସାହିତ୍ୟିକ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ବାଲେଶ୍ବର ଆସିବା ଅବସରରେ ଜିଲ୍ଲା ବିଜେପି ତରଫରୁ ଉଚ୍ଛର୍ସିତ ସମ୍ବର୍ଦ୍ଧନା କରାଯାଇଛି। ସୁଶ୍ରୀ ଦ୍ରୌପଦୀ ମୁର୍ମୂ ଆଜି ଦିନ ୧୦.୩୦ ମିନିଟରେ ବାଲେଶ୍ବର ସାର୍କିଟ ହାଉସରେ ପହଞ୍ଚିବା ପୂର୍ବରୁ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହିତ ଜିଲ୍ଲାର ଏକ ପ୍ରତିନିଧି ଦଳ ସେଠାରେ ସମ୍ବର୍ଦ୍ଧନା ପାଇଁ ଉପସ୍ଥିତ ଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରେ ସୁଶ୍ରୀ ମୁର୍ମୂ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହିତ ବାର୍ତ୍ତାଳପରେ ବାଲେଶ୍ବରବିସୀଙ୍କୁ ପ୍ରଥମେ ଶାରଦୀୟ ଶୁଭେଚ୍ଛା ଜଣାଇବା ସହିତ ବାଲେଶ୍ବରବିସୀଙ୍କ ଆତିଥ୍ୟେୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଇଦାନିଂ ଓଡ଼ିଆ ଭାଷା ପ୍ରତି ଝାଡ଼ଖଣ୍ଡ ସରକାରଙ୍କ ବୈମାତୃକ ମନୋଭାବ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ସେ ଏବାବଦରେ ନବୀନ ସରକାରଙ୍କ ନିରବତା ଉପରେ କ୍ଷୋଭ ପ୍ରକାଶ କରିଥିଲେ ଓ ରାଜ୍ୟ ସରକାରଙ୍କୁ ଏବିଷୟରେ ତୁରନ୍ତ ପଦକ୍ଷେପ ସ୍ବରୂପ ଓଡ଼ିଆ ଭାଷା ଓ ସଂସ୍କୃତି ରକ୍ଷା ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଏହାପରେ ସାର୍କିଟ ହାଉସ ପରିବାରର ଯୁବମୋର୍ଚ୍ଚା ତରଫରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ସମ୍ବର୍ଦ୍ଧନା ପାଇଁ ପ୍ରତିନିଧି ଦଳରେ ଲମ୍ବୋଦର ନାୟକ, ଶୁଭଙ୍କର ମହାପାତ୍ର, ପର୍ଶୁରାମ ପରିଡ଼ା, ଶିପ୍ରା ବାଜପେୟୀ, ଶ୍ରୀନିବାସ ପ୍ରଧାନ, ସୁଷମା ବିଶ୍ବାଳ, ଶୋଭନା ମହାନ୍ତି, ପିଙ୍କି ପ୍ରଧାନ, କମଳା ବିନ୍ଧାଣି, ଆଶିଷ ଘୋଷ, ଅରବିନ୍ଦ ବାରିକ, ମୀନାକ୍ଷୀ ମହାପାତ୍ର, ସସ୍ମିତା ଚାନ୍ଦ, ସୁଶାନ୍ତ ବେରା, କମଲଲୋଚନ ଦାସ, ସୁବୋଧଚନ୍ଦ୍ର ପଣ୍ଡା, ସ୍ବାଧୀନ ପଣ୍ଡା, ନାରାୟଣ ମହନ୍ତ, ଚିତ୍ତରଞ୍ଜନ ପଣ୍ଡା, ବେଣୂଧର ମହାନ୍ତି, ଶିବଶଙ୍କର ରାୟ, ଶୋଭାକର ସାହୁ, ଦୀପକ ଦାସ, ପ୍ରଶାନ୍ତୀ ସାହୁ, ପାର୍ବତୀ ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ