ଦିଲ୍ଲୀ କୃଷକ ଆନ୍ଦୋଳନ ସମର୍ଥନରେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ତିରିଙ୍ଗ ବ୍ଲକ ବଡଡାଳିମା ଠାରେ ରାସ୍ତା ଅବରୋଧ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):କେନ୍ଦ୍ର ସରକାରଙ୍କର କୃଷି ଵିଧ୍ଵଂସକାରୀ ତିନିଟି କଳା କୃଷି ଆଇନ ବିରୋଧରେ ଦିଲ୍ଲୀ ଠାରେ ଦୀର୍ଘ 2 ମାସରୁ ଅଧିକ ଦିନ ଧରି ଚାଲିଥିବା ଲକ୍ଷ ଲକ୍ଷ କୃଷକଙ୍କର ଐତିହାସିକ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ କୃଷିଜାତ ସାମଗ୍ରୀ ବାଣିଜ୍ୟ, ବ୍ୟବସାୟ ଓ ବିପଳନ ଆଇନ 2020, ଚୁକ୍ତିବଦ୍ଧ ଚାଷ ଆଇନ 2020, 1955 ଅତ୍ୟାବଶକୀୟ ସାମଗ୍ରୀ ସଂଶୋଧନ ଆଇନ, ନୂତନ ବିଦ୍ୟୁତ ଶୁକ୍ଳ ସଂଶୋଧନ ବିଲ 2020 ପ୍ରଭୁତି କୁ ସମ୍ପୂର୍ଣ୍ଣ ବାତିଲ କରିବା ଓ ଡ଼ଃ ସ୍ୱାମୀନାଥନ ଜାତୀୟ କୃଷି କମିଶନ ସୁପାରିଶକୁ ତୁରନ୍ତ ଲାଗୁ କରିବା, ଓଡିଶାରେ ଧାନ ର ଅଭାବୀ ବିକ୍ରି ବନ୍ଦ, ସରକାରୀ ଭାବରେ ଧାନ ସଂଗ୍ରହକୁ ସୁନିଶ୍ଚିତ କରି ଚାଷୀଙ୍କୁ 24 ଘଣ୍ଟା ମଧ୍ୟରେ ଧାନର ସମସ୍ତ ମୂଲ୍ୟ ପ୍ରଦାନ, ଧାନ ସଂଗ୍ରହ ବେଳେ ପ୍ରତ୍ୟେକ ଧାନ କ୍ୱିଣ୍ଟlଲ ରେ ସର୍ବନିମ୍ନ ଟ 750/- ବୋନସ ପ୍ରଦାନ, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଏବଂ ଚାଷୀ ପାଉଥିବା ସମସ୍ତ ସରକାରୀ ସୁବିଧା ପ୍ରଦାନ କରିବା ନିମନ୍ତେ ଏକ ” ଭାଗଚାଷୀ ସୁରକ୍ଷା ଆଇନ ” ପ୍ରଣୟନ କରିବା ଇତ୍ୟାଦି ଦାବିନେଇ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନ ରେ ଅଖିଳ ଭାରତ କୃଷକ ସଭା (AIKS) ତିରିଂ ଅଞ୍ଚଳ କମିଟି ପକ୍ଷରୁ ବଡଡାଳିମା ଠାରେ କୃଷିଜୀବି ମାନଙ୍କର ଏକ ରାସ୍ତା ଅବରୋଧ ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି l ସିପିଆଇ ଜିଲ୍ଲା ସହ ସମ୍ପାଦକ କୃଷକ ନେତା ତ୍ରିନାଥ ପାତ୍ର , ପାରାଓ ହାଁସଦା, ଆଦିବାସୀ ମହାସଭା ନେତା ଧନୁ ମାରାଣ୍ଡି , କହ୍ନାଇ ସୋରେନ, ସୁଗୁ ଦାୟ କିସ୍କୁ , ସିପିଆଇ ନେତା ଲଛମନ ମୁର୍ମୁ ,ସୁଗୁଦା ସୋରେନ,ସୀତାରାମ୍ ହାଁସଦା, ସକିଲା ମୁର୍ମୁ, ଅଭିରାମ ମୁର୍ମୁ, ଜୁଝାର ହାଁସଦା, ଲକ୍ଷ୍ମଣ ସୋରେନ ପ୍ରଭୁତିଙ୍କ ନେତୃତ୍ୱ ରେ ଏହି ବିକ୍ଷୋଭ ପରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ଓ ସେଠାରେ କୃଷକ ସଭା ଓ ସି.ପି.ଆଇ. ନେତା ମାନେ ବକ୍ତବ୍ୟ ରଖି କେନ୍ଦ୍ର ର ବି.ଜେ.ପି. ସରକାରଙ୍କର ଅପରିଣାମଦର୍ଶୀ, କୃଷି ଓ କୃଷକ ମାନଙ୍କ ସର୍ବନାଶକାରି କର୍ପୋରେଟ ସପକ୍ଷବାଦି ଜନ ବିରୋଧୀ କଳା ଆଇନର ତୀବ୍ର ସମାଲୋଚନା କରିଥିଲେ ଓ ପ୍ରତ୍ୟାହାର ଦାବୀ କରିଥିଲେ l