ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ଗୁଣ୍ଡୁରିଆରେ ଶହୀଦଙ୍କୁ ଶ୍ରଦ୍ଧାଂଜଳି

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଦେଶ ସ୍ବାଧୀନ ସମୟରେ ବିଭିନ୍ନ ଗଡ଼ଜାତ ରାଜ୍ୟ ମାନଙ୍କୁ ମିଶ୍ରଣ କରାଯାଉଥିଲା । ମୟୁରଭଞ୍ଜ ଗଡ଼ଜାତ ରାଜ୍ୟର ମିଶ୍ରଣକୁ ଆଦିବାସୀ ମହାସଭା ତରଫରୁ ବିରୋଧ କରାଯାଇଥିଲା ।ଏହାର ନେତୃତ୍ୱ ନେଇଥିଲେ ମୟୂରଭଂଜ ଜିଲ୍ଲା ତଥା ଓଡ଼ିଶାର ଲୋକପ୍ରିୟ ଆଦିବାସୀ ନେତା ସୁନାରାମ ସୋରେନ ।ଏହାକୁ ନେଇ ମା’ମାଟି,ମାନୁଷ ଓ ଆଦିବାସୀ ଙ୍କ ହକ ପାଇଁ ବିଭିନ୍ନ ସ୍ଥାନରେ ସଭା, ବୈଠକ ଆୟୋଜନ କରାଯାଉଥିଲା । ଐତିହାସିକ ୧୯୪୯ ମସିହା ଫେବୃଆରୀ ୬ରେ ମୟୂରଭଂଜ ଜିଲ୍ଲାର ବଣ, ଜଙ୍ଗଲ,ନଦୀ,ନାଳ ଘେରା ଦୁର୍ଗମ ଅଞ୍ଚଳ ବହଳଦା ବ୍ଲକର ଅଁଳାଯୋଡି ପଞ୍ଚାୟତର ଗୁଣ୍ଡୁରିଆଠାରେ ନିରିହ ଆଦିବାସୀ ମାନେ ଶାନ୍ତିପୁର୍ଣ ଭାବେ ନିଜର ହକ୍ ‘ସ୍ବତନ୍ତ୍ର ରାଜ୍ୟ’ ଗଠନ ପାଇଁ ସଭା କରୁଥିବା ସମୟରେ ତଦକାଳିନ ସରକାର ପୋଲିସ ଲଗାଇ ବର୍ବୋଚିତ ଆକ୍ରମଣ କରିଥିଲେ ।ବହୁ ନିରିହ ଆଦିବାସୀ ମୃତାହତ ହୋଇଥିଲେ । ସେହି ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ କରୋନା କଟକଣା ନେଇ ନିରାଡମ୍ବର ଭାବରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ଶହୀଦ ପୀଠରେ ପୁଷ୍ପମାଲ୍ୟ, ଓ ପୂଜାର୍ଚ୍ଚନା କରାଯାଇ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା । ଝାଡ଼ଖଣ୍ଡ ମୁକ୍ତିମୋର୍ଚା ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, ମହିଳା ରାଜ୍ୟ ନେତ୍ରୀ ଅଂଜନି ସୋରେନ , ରଣଜିତ୍ ସିଂ,ମଙ୍ଗଲସିଂ ଟୁଡୁ,ସୁନିଲ ମାଝୀ,ସାଲୁଜା କିସ୍କୁ ,ପାରେଶ୍ବର ମୁର୍ମୁ, ଗୋବିନ୍ଦ ସୋରେନ ସମେତ ବହୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ସଦସ୍ୟମାନେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ