ଝାଡ଼ବନ୍ଧରେ ପଂଚାୟତ ସ୍ତରୀୟ କ୍ରୀଡ଼ା ମହୋତ୍ସବ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଧରାକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡ଼ବନ୍ଧ ପଞ୍ଚାୟତର ଶ୍ରୀ ଶ୍ରୀ ଗରୁଡ଼େଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ମହୋତ୍ସବରେ ଉଦ୍ଘାଟକ ରୂପେ ୨୯ ନମ୍ବର୍ ଜିଲ୍ଲାପରିଷଦ ସଭ୍ୟ ପ୍ରତାପ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ I ସେହିପରି ମୁଖ୍ୟ ଅତିଥି ରୂପେ ଝାଡ଼ବନ୍ଧ ସରପଞ୍ଚ ଯୋଗେନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମିତିସଭ୍ୟ ନାରାୟଣୀ ଗୌଡ଼,ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ଦେବରାଜ ନାୟକ,ସିଆରସିସି ତ୍ରିନାଥ ବେହେରା,ଶ୍ରୀ ଶ୍ରୀ ଗରୁଡ଼େଶ୍ୱର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଟ୍ଟନାୟକ,କଳାସୁତା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଞ୍ଚାନନ ବେହେରା,ଦିଗି ବିଦ୍ୟାଳୟ ପ୍ରଧାନ ଶିକ୍ଷକ କେଶବ ବେହେରା ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I କ୍ରୀଡ଼ା ଶିକ୍ଷକ ସୁରେନ୍ଦ୍ର ଭୂୟାଁ,ରାଜେନ୍ଦ୍ର ମଲ୍ଳିକ ଏହି କ୍ରୀଡ଼ା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ I ଏଥିରେ ୧୫ ଟି ବିଭାଗରେ ୪୫ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I କ୍ରୀଡ଼ା ପ୍ରତିଯୋଗିତା ଦେଖିବା ପାଇଁ ୩୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ରୁଣ୍ଡ ହୋଇଥିଲେ I କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିବା ବେଳେ ସେମାନେ ଆସନ୍ତା କାଲି ଧରାକୋଟ ସ୍ଥିତ ଶ୍ରୀ ରାଗ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବ୍ଳକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ I କାର୍ଯ୍ୟକ୍ରମରେ ଝାଡ଼ବନ୍ଧ,କଳାସୁତା,ଦିଗି ଏବଂ ପଣିବନ୍ଧ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ I


