ଝାଡ଼େଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟର ବାର୍ଷିକ ସାଧାରଣ ଅଧବେଶନ

ବାଲେଶ୍ୱର, (ସରୋଜ ପଣ୍ଡା):ଝାଡ଼େଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଟ୍ରଷ୍ଟି ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଏଥିରେ ଅଧ୍ୟକ୍ଷତା କରିବା ସହିତ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ବିପ୍ଳବ କୁମାର ମହାନ୍ତି, ସଂଜୀବ କୁମାର ଦାସ, ଜୟପ୍ରକାଶ ଦାଶ, ମନୋହରଲାଲ ପେରିୱାଲ, ପ୍ରଭାତ ଜେନା, ସୁଲଳିତ କର, ସୁରେନ୍ଦ୍ର ସାହୁ, କମଳାକାନ୍ତ ସାହୁ, ବିମଳ ପଟ୍ଟନାୟକ, ପ୍ରସନ୍ନଜିତ ସାହା, ପ୍ରତାପ ଜେନା, ପ୍ରବାଳ ସିହ୍ନା ପ୍ରମୁଖ ଏଥିରେ ଯୋଗଦେଇ ମନ୍ଦରର ଉତ୍ତମ ପରିଚାଳନା ଭକ୍ତଙ୍କ ପାଇଁ ଅଧିକରୁ ଅଧିକ ସୁବିଧା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ଝାଡ଼େଶ୍ୱର ମନ୍ଦିର ବେଢ଼ାରେ ଆରମ୍ଭ ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟ ରଥ ପୂର୍ବରୁ ଶେଷ କରିବା, ଏକ ଲକ୍ୟାଣ ମଣ୍ଡପ ନିର୍ମାଣ, ପୂର୍ବଭଳି ଭକ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ଚାଲୁ କରିବା ପ୍ରଭୃତି ପ୍ରସ୍ତାବ ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ