ଝାରଖଣ୍ଡରେ ମତଦାନ ଯାରି,୧୧ଟା ସୁଦ୍ଧା ୨୮.୫୬ ପ୍ରତିଶତ ମତଦାନ

ଝାଡଖଣ୍ଡରେ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟ।ୟ ମତଦାନ ପ୍ରକ୍ରିୟା ଜାରି ରହିଛି ସୋମବାର ଦିନ ୧୧ଟା ସୁଦ୍ଧା ୨୮.୫୬ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। ରାଜ୍ୟର ଜମୁଆ, ବଗୋଦର, ଗିରିଡିହ, ଦୁମରୀ ଏବଂ ଟୁଙ୍ଗିରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିବ। କିନ୍ତୁ ଅନ୍ୟ ସ୍ଥାନରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେଙ୍କ ସୂଚନାଅନୁସାରେ ଚତୁର୍ଥ ପର୍ଯ୍ୟ।ୟରେ ୧୫ଟି ଆସନ ପାଇଁ ୪୭,୮୫,୦୦୯ ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୨୨,୪୪,୧୩୪ ଜଣ ମହିଳା ଏବଂ ୮୧ ଜଣ ତୃତୀୟ ଲିଙ୍ଗୀ ମତଦାତା ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ