ଝାରପଡ଼ାରେ ୫ ଓ ୯ ବର୍ଷର ଝିଅ କରୋନା ଆକ୍ରାନ୍ତ
ଭୁବନେଶ୍ୱର : ଝାରପଡ଼ାରେ ଦୁଇ ଝିଅ କରୋନା ଆକ୍ରାନ୍ତ ହୋଇଛନ୍ତି । ଜଣଙ୍କର ବୟସ ୫ ବର୍ଷ ହୋଇଥିବାବେଳେ ଅନ୍ୟ ଜଣଙ୍କ ବୟସ ୯ ବର୍ଷ । ସେଇ ଦୁଇ ଝିଅଙ୍କ ବ୍ୟତୀତ ୩୭ ବର୍ଷୀୟ ଜଣେ ମହିଳା ମଧ୍ୟ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏହି ତିନିଜଣ ରାଜ୍ୟର ୪୨ ନମ୍ବର କରୋନା ରୋଗୀଙ୍କ ସମ୍ପର୍କୀୟ । ଫଳରେ ତାଙ୍କ ଠାରୁ ପରିବାରର ଏହି ତିନିଜଣ ସଂକ୍ରମିତ ହୋଇଛନ୍ତି ।
ସେମାନଙ୍କ ଟ୍ରାଭେଲ ହିଷ୍ଟି୍ର ସମ୍ପର୍କରେ ସୂଚନା ଦେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛିଯେ, ୨୨ ମାର୍ଚ୍ଚର ଅପ୍ରେଲ ୩ ପର୍ଯ୍ୟନ୍ତ ସେମାନେ ଘରେ ଥିଲେ । ଅପ୍ରେଲ ୪ ଓ ୫ରେ ସେମାନେ କରୋନା ଆକ୍ରାନ୍ତ ୪୨ ନମ୍ବର ରୋଗୀଙ୍କୁ ଦେଖା କରିବା ପାଇଁ ଏମସ ଯାଇଥିଲେ । ଅପ୍ରେଲ ୬ରୁ ୯ ପର୍ଯ୍ୟନ୍ତ ସେମାନଙ୍କୁ ହୋମ କ୍ୱାରେଂଟିନରେ ରଖାଯାଇଥିଲା । ଅପ୍ରେଲ ୯ରେ ପରୀକ୍ଷଣରୁ ସେମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଆଜି ସେମାନଙ୍କୁ କିମସ କୋଭିଡ଼ ହସପିଟାଲରେ ଭର୍ତି କରାଯାଇଛି ।


