ଝାରସୁଗୁଡାର ୧୨୬ ବର୍ଷ ପୁରୁଣା ପୋଷ୍ଟ ଅଫିସ୍‌କୁ ‘ଐତିହ୍ୟ ପୋଷ୍ଟ ଅଫିସ୍‌’ର ମାନ୍ୟତା ଦେବା ପାଇଁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧନ

ନୂଆଦିଲ୍ଲୀ / ଭୁବନେଶ୍ୱର, ଝାରସୁଗୁଡାର ୧୨୬ ବର୍ଷ ପୁରୁଣା ପୋଷ୍ଟ ଅଫିସ୍‌କୁ ‘ଐତିହ୍ୟ ପୋଷ୍ଟ ଅଫିସ୍ ସୌଧ’ ଭାବେ ଘୋଷଣା କରିବା ସହ ଏହାର ପୁନଃଉଦ୍ଧାର, ରକ୍ଷଣାବେକ୍ଷଣ ଓ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ କେନ୍ଦ୍ର ଦୂରସଂଚାର, ରେଳ, ଇଲେକଟ୍ରନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱନୀ ବୈଶ୍ୱବଙ୍କୁ ବୁଧବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧନ ପତ୍ର ଲେଖି ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଝାରସୁଗୁଡା ପୋଷ୍ଟ ଅଫିସ୍‌କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀଙ୍କ ଠାରୁ ଏକ ପତ୍ର ପ୍ରାପ୍ତ କରିଥିଲେ । ବେଙ୍ଗଲ – ନାଗପୁର ରେଳଲାଇନ୍‌ରେ ଝାରସୁଗୁଡା ରେଳ ଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ୧୮୯୫ ମସିହାରେ ଝାରସୁଗୁଡା ପୋଷ୍ଟ ଅଫିସ ସା୍ଥପନା କରାଯାଇଥିଲା । ସ୍ୱାଧୀନତା ପୁର୍ବରୁ ପଶ୍ଚିମ ଓଡିଶାରେ ଝାରସୁଗୁଡା ଅର୍ଥନୈତିକ ପେଣ୍ଠସ୍ଥଳି ଭାବେ ପରିଣତ କରିବାରେ ଏହି ୧୨୬ ବର୍ଷ ପରୁଣା ପୋଷ୍ଟ ଅଫିସର ଝାରସୁଗୁଡାର ଆଧୁନିକ ଇତିହାସରେ ବେଶ ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିଛି ।ଭାରତରେ ଭାରତୀୟ ଡାକ ସେବା ଦ୍ୱାରା ବିହାର, ଦିଲ୍ଲୀ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଉତର ପ୍ରଦେଶ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଥିବା ୩୬ ଟି ଐତିହ୍ୟ ପୋଷ୍ଟ ଅଫିସ୍‌ର ରକ୍ଷଣବେକ୍ଷଣ କରାଯିବା ସହ ଭାରତୀୟ ଡାକ ସେବାର ଗୌରବମୟ ଇତିହାସ, ସାମାଜିକ ଓ ସାଂସ୍କୃତିକ ମହତ୍ୱକୁ ଦୃଷ୍ଟିରେ ରଖି ପୋଷ୍ଟ ଅଫିସ୍‌କୁ ଐତିହ୍ୟ ପୋଷ୍ଟ ଅଫିସ୍ ଭାବେ ମାନ୍ୟତା ଦେବା ପ୍ରଶଂସନୀୟ ବୋଲି ଶ୍ରୀ ପ୍ରାଧନ ପତ୍ରରେ ଉଲ୍ଲେଖ କରିଛନ୍ତି ।ଏହି ପରିପ୍ରେକ୍ଷିରେ ୧୮୯୫ ମସିହାରେ ସ୍ଥାପିତ ଝାରସୁଗୁଡା ପୋଷ୍ଟ ଅଫିସର ଇତିହାସ ଏବଂ ଜିଲ୍ଲାର ବିକାଶ ପ୍ରତି ଥିବା ଅବଦାନକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ହସ୍ତକ୍ଷେପ କରି ଏହାକୁ ଐତିହ୍ୟ ପୋଷ୍ଟ ଅଫିସ୍ ଭାବେ ମାନ୍ୟତା ଦେବା ସହ ଏହାର ପୁନଃଉଦ୍ଧାର କରିବା ପାଇଁ ପତ୍ରରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ