ଝାଲିଆଗୋଛା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ବୁଧବାର ଭଞ୍ଜନଗର ଅଂଚଳରୁ ଆଉ ୭ଟି ନୂଆ କେଶ ସାମ୍ନାକୁ ଆସିଛି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ସେଥି ମଧ୍ୟରେ ଗାଲେରୀ ପଞ୍ଚାୟତ ଝାଲିଆ ଗୋଚ୍ଛା ରେ ୬ଟି ଓ ବେଡିଗୋବା ରେ ଗୋଟିଏ ପଜିଟିଭ ଚିହ୍ନଟ ହୋଇଛି।ଜିଲ୍ଲା ପ୍ରଶାସନ ଅନୁମତିରେ ଝାଲିଆ ଗୋଚ୍ଛା ଅଞ୍ଚଳକୁ କଣ୍ଟେନ ମେଣ୍ଟ ଜୋନ ଘୋଷଣା କରାଯିବା ସହ ଉକ୍ତ ଅଂଚଳର ବିଲୁଆପଡା ଓ ବ୍ରାହ୍ମଣ ପଦର କୁ ବଫର ଜୋନ ଘୋଷଣା କରାଯାଇଛି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି ନମ୍ବର ୩୮୨୭/୧୮-୦୬-୨୦) ରେ ଉଲ୍ଲେଖ କରାଯାଇଛି। ତେବେ ସ୍ଥାନୀୟ ଅଂଚଳରୁ ପଜିଟିଭ ଚିହ୍ନଟ ହେବା ପରେ ଏହାକୁ ନେଇ ସ୍ଥାନୀୟ ଜନସାଧାରଣ ଭୟଭୀତ ହୋଇ ପଡିଛନ୍ତି।ତେଣୁ ସମସ୍ତେ ଏଭଳି ସ୍ଥିତିରେ ଘରେ ରହି ବାହାରକୁ ନବାହାରିବା ଜରୁରୀ ହୋଇପଡିଛି।