ଝାଲିଆଗୋଛା ପରେ ବାରୁଡ଼ା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଂଜାମ ଜିଲ୍ଲାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଗତ ଶୁକ୍ରବାର ବ୍ରାହ୍ମଣପଦର ପଞ୍ଚାୟତର ଝାଲିଆଗୋଛା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ କରାଯାଇଥିବା ବେଳେ ଗତକାଲି ବାରୁଡ଼ା ଗ୍ରାମରୁ ୨ କୋରନା ପଜିଟିଭ ଚିହ୍ନଟ ପରେ ଉକ୍ତ ଗ୍ରାମକୁ ଜିଲ୍ଲା ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏଥି ସହ ଉକ୍ତ ଗ୍ରାମ ପଞ୍ଚାୟତର ବିଲିପଡ଼ା ଓ ଅନ୍ଧାରିକୋଟ ଗ୍ରାମକୁ ବଫର ଜୋନ ପରିସର ଭୁକ୍ତ କରାଯାଇଛି। ପରିସ୍ଥିତିକୁ ନଜରରେ ରଖି ଭଞ୍ଜନଗର ବିଡ଼ିଓ ଅନିଲ କୁମାର ସେଠୀ, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ହରପ୍ରଶାଦ ଗୌଡ଼ ପ୍ରମୁଖ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମର ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରିଛି ବ୍ଳକ ପ୍ରଶାସନ ଓ ପରିସ୍ଥିତି ଉପରେ ନଜର ରଖାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ