ଝିଅଙ୍କୁ କ’ଣ ଲାଗେ ପସନ୍ଦ

ସମସ୍ତଙ୍କ ସ୍ୱଭାବ ଅଲଗା ହୋଇଥାଏ । କିଛି ଲୋକ ଲାଜୁଆ ହୋଇଥିବାବେଳେ ଆଉ କିଛି ନିଜ ମନ କଥା କହି ଦେଇଥାନ୍ତି । କିନ୍ତୁ ପ୍ରେମ ସମ୍ପର୍କରେ ଏ କଥା ଟିକେ ନିଆରା । କପଲ ଚାହିଁଥାନ୍ତି ତାଙ୍କୁ ଯେମିତି ଅଧିକ କିଛି କହିବାକୁ ନ ପଡୁ । ପାର୍ଟନର ତାଙ୍କ ମନ କଥା ଜାଣିପାରନ୍ତୁ । ପାର୍ଟନର କ’ଣ ଚାହୁଁଛନ୍ତି, ତାଙ୍କର ପସନ୍ଦ କ’ଣ ଇତ୍ୟାଦି ଇତ୍ୟାଦି । ଆସନ୍ତୁ ଜାଣିବା ଝିଅଙ୍କର ଏହି ସିକ୍ରେଟକୁ ।
ପ୍ରଶଂସା ଶୁଣିବାକୁ ପସନ୍ଦ କରନ୍ତି : ଝିଅମାନେ ନିଜର ପ୍ରଶଂସା ଶୁଣିବାକୁ ବହୁତ ପସନ୍ଦ କରିଥାନ୍ତି । ପାର୍ଟନରଙ୍କ ପ୍ରେମ ଏବଂ ସ୍ନେହ ପାଇବାକୁ ଯଦି ଚାହୁଁଛନ୍ତି ତେବେ ତାଙ୍କୁ ପ୍ରଶଂସା କରିବାକୁ ଆଦୌ ଭୁଲନ୍ତୁ ନାହିଁ । ତାଙ୍କ ଡ୍ରେସ୍, ଫିଟ୍ନେସ୍ ଏବଂ ଲୁକ୍କୁ ପ୍ରଶଂସା କରନ୍ତୁ ।
ପାର୍ଟନର୍ ତାଙ୍କର ଯତ୍ନ ନିଅନ୍ତୁ : ଝିଅମାନେ ଚାହିଁଥାନ୍ତି ତାଙ୍କ ପାର୍ଟନର ତାଙ୍କୁ ଛୋଟ ପିଲାଙ୍କ ପରି ସ୍ନେହ କରନ୍ତୁ । ତାଙ୍କର ଯତ୍ନ ନିଅନ୍ତୁ ।
ରୋମାନ୍ସ କରନ୍ତୁ : ଯଦି ଆପଣ ରିଲେଶନସିପ୍ରେ ରହୁଛନ୍ତି ତେବେ ପାର୍ଟନରଙ୍କୁ ବୋରିଂ ହେବାକୁ ଦିଅନ୍ତୁ ନାହିଁ । ନୂଆ ନୂଆ ତରିକାରେ ପାର୍ଟନରଙ୍କ ହୃଦୟ ଜିତିବାକୁ ଚେଷ୍ଟା କରନ୍ତୁ । କୌଣସି ଗିଫ୍ଟ ଦେବା, କେଉଁଆଡ଼େ ବୁଲିଯିବାକୁ ପ୍ଲାନିଂ କରି ସର୍ପାଇଜ ଦେବା, ଏସବୁ ରହିଲେ ସମ୍ପର୍କ ସୁଦୃଢ଼ ହେବ ।
ଅଧିକ ସମୟ ଦିଅନ୍ତୁ : ଝିଅମାନେ ଚାହିଁଥାନ୍ତି ତାଙ୍କ ପାର୍ଟନର ତାଙ୍କୁ ଅଧିକ ସମୟ ଦିଅନ୍ତୁ । ମଝିରେ ମଝିରେ ଶପିଂମଲ୍ ଯିବା, ମାର୍କେଟିଂ କରିବା, ରେଷ୍ଟୁରାଣ୍ଟରେ ଖାଇବାକୁ ବହୁ ପସନ୍ଦ କରିଥାନ୍ତି । ତାଙ୍କ ମନ ଜିଣିବା ପାଇଁ ମଝିରେ ମଝିରେ ଏମିତି କରିବାକୁ ଭୁଲନ୍ତୁ ନାହିଁ ।
ମନପସନ୍ଦର ଡ୍ରେସ ପିନ୍ଧନ୍ତୁ : ଝିଅମାନେ ଚାହିଁଥାନ୍ତି ତାଙ୍କ ପାର୍ଟନର ତାଙ୍କ ପସନ୍ଦର ଡ୍ରେସ ପିନ୍ଧନ୍ତୁ । ସେ ପିନ୍ଧୁଥିବା ଡ୍ରେସ ସହ ମ୍ୟାଚ କରି ପାର୍ଟନର ଡ୍ରେସ ପିନ୍ଧନ୍ତୁ । ଏମିତି କରିବେ ତ ପାର୍ଟନର ଭାବିବେ ଆପଣ ତାଙ୍କୁ ସମ୍ମାନ ଦେଉଛନ୍ତି । ତାଙ୍କ କଥା ମାନୁଛନ୍ତି । ଏସବୁ କରିପାରିଲେ ଆପଣ ଝିଅଙ୍କର ହୃଦୟ ଜିତିପାରିବେ । ସମ୍ପର୍କ ଦୀର୍ଘସ୍ଥାୟୀ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ