ଝିଅଙ୍କ ଅଧିକ ପସନ୍ଦ ଲାଗୁଥିବା ରଙ୍ଗ
ଅନେକ ପୁଅ ତାଙ୍କ ପୋଷାକ ପରିଧାନକୁୁ ନେଇ ଅଧିକ ଚିନ୍ତାରେ ପଡ଼ିଥାନ୍ତି । ଝିଅଙ୍କୁ ଇମ୍ପ୍ରେସ କରାଇବା ପାଇଁ ସେ ତାଙ୍କ ଡ୍ରେସ୍ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ମାତ୍ର କ’ଣ ଆପଣ ଜାଣନ୍ତି ପୁରୁଷଙ୍କ ପୋଷାକର ରଙ୍ଗ ସେମାନଙ୍କ ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ । ଏକ ମନୋବିଜ୍ଞାନ ଗବେଷକଙ୍କ ମତରେ ଏହି ୩ ରଙ୍ଗର ପୋଷାକ ପିନ୍ଧି ଆକର୍ଷିତ ଲାଗିଥାନ୍ତି ପୁଅ । ଜାଣନ୍ତୁ ସେ ସମ୍ପର୍କରେ ।
ନାଲି : ଅନ୍ୟ ରଙ୍ଗ ତୁଳନାରେ ଅଧିକାଂଶ ଲୋକ ନାଲି ରଙ୍ଗକୁ ଶୀଘ୍ର ନୋଟିସ କରିଥାନ୍ତି । ଝିଅଙ୍କୁ ଏହି ରଙ୍ଗ ବେଶି ପସନ୍ଦ ଆସିଥାଏ । ଅପରପକ୍ଷେ ନାଲି ରଙ୍ଗ ଆତ୍ମବିଶ୍ୱାସର ପ୍ରତୀକ ହୋଇଥାଏ । ପୁଅ ଏହି ରଙ୍ଗର ପୋଷାକ ପିନ୍ଧିଲେ ଝିଅଙ୍କ ନଜରକୁ ସହଜରେ ଆସିପାରିବେ ।
କଳା: କଳା ରଙ୍ଗ ଝିଅଙ୍କ ଅଧିକ ପସନ୍ଦ ହୋଇଥାଏ । ଏଥିଯୋଗୁଁ ପ୍ରଥମ ଡେଟ୍ରେ ପୁଅମାନେ କଳା ରଙ୍ଗ ପୋଷାକ ପିନ୍ଧିବା ଲାଭଦାୟକ ହୋଇଥାଏ । ଏହା ପିନ୍ଧିିବା ଦ୍ୱାରା ସେମାନେ ଅଧିକ ସୁନ୍ଦର ଲାଗିଥାନ୍ତି ।
ନୀଳ: କଳା ଓ ନାଲି ରଙ୍ଗଠାରୁ ବ୍ଲୁ ବା ନୀଳ ରଙ୍ଗ ପୁଅଙ୍କୁ ଅଧିକ ସୁନ୍ଦର ମାନିଥାଏ । ଏହାକୁ ପିନ୍ଧିଲେ ପୁଅ ବୁଦ୍ଧିମାନ ଲାଗନ୍ତି । ଏହି ରଙ୍ଗ ଝିଅଙ୍କୁ ଅଧିକ ପସନ୍ଦ ଆସିଥାଏ ।