ଝିଅର ଜନ୍ମ ଦିନ ପାଳିବା ପୂର୍ବରୁ ଅଦିନରେ ଆଖିବୁଜିଲେ ବାପା

ଗଞ୍ଜାମ, (ଓ୍ବାଇଏନ୍ଏସ୍):ମୁଯାଉଛି ବାପା ,ଋଣ ବହୁତ ହୋଇଗଲାଣି, ସୁଝିବାକୁ ପଡିବ ଛଅ ମାସ ପରେ ପୁଅର ଜନ୍ମ ଦିନ , ପୁଅକୁ ପାଠପଢ଼ିବାକୁ ପଡିବ । ଏଥିପାଇଁ ବହୁତ ଟଙ୍କା ଦରକାର । ମୁ ଯାଉଛି କାମ କରିବାକୁ ଏହା କୌଣସି ନାଟକର ଡାଇଲକ ନୁହେଁ , । ଏହା ଗଞ୍ଜାମ ଜିଲ୍ଲାର ଗଞ୍ଜମ ବ୍ଳକର ସନ୍ତୋଷପୁର ପଞ୍ଚୟତର କାର୍ତ୍ତିକ ଢ଼ି ଗ୍ରାମର ଘଟଣା ।କରୋନା ପ୍ରଭାବରେ କେଉଁଠି ଶ୍ରମିକ ମାନେ ଭୋକଉପାସରେ ଦିନକାଟୁଛନ୍ତି ତ, କେଉଁଠି ଚାଲି ଚାଲି ନିଜ ଗ୍ରାମରେ ପହଂଚିସାରିଲେଣି। ଆଉ କେଉଁଠି ଚଳଚିତ୍ର ଜଗତର ହସ୍ତୀମାନଙ୍କ ସାହାଯ୍ୟ ରେ ଘରେ ପହଂଚିସାରିଲେଣି ଶ୍ରମିକ ମାନେ ।ଏଭଳି ଚିତ୍ର ବିଚିତ୍ର ପରିସ୍ଥିତି ରେ ଏମିତି ଶ୍ରମିକ ଅଛନ୍ତି , ଯେଉଁମାନେ ସାହାଯ୍ୟ ପାଇବା ପୂର୍ବରୁ ଅଦିନରେ ଚାଲିଯାଇଛନ୍ତି ଆରପାରିକୁ । କାର୍ତିକ ଢ଼ି ର ଜି.ଆଡ଼ିଅଡ଼ା ରେଡ଼ି ଙ୍କ ପୁଅ ଜି.କହ୍ନେ ରେଡି (୨୯) ପେଟପାଟଣା ପାଇଁ ତାମିଲ ନାଡୁର ଚେନେଇ ର ହରିହର କନଷ୍ଟାକସନ ରେ ଶ୍ରମିକ ଭାବେ କାର୍ଯ୍ୟକରୁଥିଲେ । କରୋନା ଲକଡାଉନ ଯୋଗୁଁ କାମ ବନ୍ଦ ହୋଇଯିବାରୁ ସେଫେରି ପାରିନଥିଲେ ଘରକୁ । ଦୀର୍ଘଦିନ ହେବ କାମ ବନ୍ଦ ରହିବ, ଠିକଦାର ଖାଇବକୁ ନଦେବାରୁ ଘରକୁ ଫୋନ କରି କହିଥିଲେ ଟଙ୍କା ପଠାଇବାକୁ । ଘରର ଟଙ୍କା ପଠାଇବା ସମ୍ବଳ ନଥିବାରୁ ପଠାଇପାରିନଥିଲେ ଟଙ୍କା । ଫଳରେ ସେଠାରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏପରି କି ଶବ ପଠାଇବାକୁ ବ୍ୟବସ୍ଥା ନ କରିବାରୁ ସେଠାରେ କାମ କରୁଥିବା ସହକର୍ମୀ ମାନେ ନିଜେ ଟଙ୍କା ଦେଇ ଆଣିଥିଲେ ଆମ୍ବୁଲାନ୍ସ ରେ । ଅନ୍ୟ ପଟେ ଗୋଟିଏ ମାତ୍ର ରୋଜଗାର ପୁଅ ମରିଯାଇଥିବାରୁ ଚଳିବେ କିମିତି । ମୃତକ ର ବିଧବା ସ୍ତ୍ରୀ ସାଙ୍ଗକୁ ଗୋଟିଏ ଚାରିବର୍ଷ ର ପୁଅ, ଆଠ ମାସର ଝିଅ ଅଛି , ସେମାନଙ୍କର ଭିଵିଷ୍ୟ କଣ ହେବ ବୋଲ ବହୁନି, ବହୁନି କାନ୍ଦିକହିଛନ୍ତି ସ୍ତ୍ରୀ । ସରକାର, ପ୍ରଶାସନ କୌଣସି ସାହାଯ୍ୟ ଦେଇନଥିବା ବେଳେ ଏହାର ତଦନ୍ତ କରି ହରିହର କନଷ୍ଟାକସନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଶ୍ରମ ବିଭାଗ କିପରି ଜାଣିପାରିଲାନି ସେନେଇ ପ୍ରଶ୍ନ କରିଛନ୍ତି ସରପଞ୍ଚ ନିରଞ୍ଜନ ରେଡି । ଓ ସେମାଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇଦେବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ