ଝିଅ ଏବଂ ମହିଳାଙ୍କ ଏକମାତ୍ର ମହୋତ୍ସବ ‘ପରୀ’
ବାଲେଶ୍ୱର: ସ୍ଥାନୀୟ ଟାଉନହଲ ପରିସରରେ ଓଡିଶାର ଏକମାତ୍ର କେବଳ ଝିଅ ଏବଂ ମହିଳାମାନଙ୍କ ମହୋତ୍ସବ ‘ପରୀ’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲିବା ସ୍ଥଳେ ପ୍ରଥମ ଦିବସରେ ନାଚ, ଗୀତ, ବିଭିନ୍ନ ପ୍ରକାର ପ୍ରତିଯୋଗିତା ମହିଳା ଓ ଝିଅଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାିଛି । ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି ଯୋଗ ଦେଇଥିବା ବେଳେ ମୁଖ୍ୟ ପୃଷ୍ଠ ପୋଷକତା ପୂର୍ବତନ ନଗରପାଳ ଆଲୋକ କୁମାର ସାହୁ, ଫକୀର ମୋହନ ଜୁନିୟର କଲେଜର ଅଧ୍ୟକ୍ଷା ମୀନତୀ ସେଠୀ, ମହିଳା କଲେଜର ଅଧ୍ୟକ୍ଷା ବନୀତା ପଣ୍ଡା, ସମାଜସେବୀ ସଞ୍ଜୁ ମୋହନ ରାଉତ, ପରୀ ପରିଚାଳନା କମିଟିର ସଭାପତି ରଶ୍ମିରେଖା ଦେବ, କାର୍ଯ୍ୟକାରୀ ସଭାପତି ରଞ୍ଜିତା ମହାପାତ୍ର, ଉପସଭାପତି ପାୟଲ ମହାପାତ୍ର, ଜୀବନ ବିନ୍ଦୁର ସଭାପତି ଆଶିଷ ଦାସ, ଧିରେନ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।