ଝିଅ ବାହାଘର ହେଉଛି ୫୧ ଟଙ୍କାରେ

ହଜାର କି ଶହେ ନୁହେଁ ୫୧ ଟଙ୍କାରେ ଝିଅ ବାହାଘର ହେଉଛି ରାଞ୍ଚିର ପାହାଡି ମନ୍ଦିରରେ । ଏହି ମନ୍ଦିରରେ ପୂଜା କରିବା ବ୍ୟୟବହୁଳ ହୋଇଥିôବାବେଳେ ବାହାଘର ପୂରା କମ୍ ଖର୍ଚ୍ଚରେ କରାଯାଉଛି । ଅନ୍ତ୍ୟୋଦୟ ଓ ଲଲକାର୍ଡଧାରୀମାନଙ୍କୁ ଯେମିତି ସରକାରୀ ଯୋଜନାରୁ ଲାଭ ମିଳୁଛି ଠିକ ସେମିତି ପାହାଡି ମନ୍ଦିରରେ ବି ସୁବିଧା ମିଳୁଛିୟ ଅନ୍ତ୍ୟୋଦୟ ଓ ଲଲକାର୍ଡଧାରୀଙ୍କ ବିବାହ ଏଠାରେ ୨୦୨ ଟଙ୍କାରେ ହୋଇଯାଉଛି । ଏଥିପାଇଁ କନ୍ୟାପକ୍ଷ ୫୧ ଓ ବର ପକ୍ଷ ୧୫୧ଟଙ୍କା ସହଯୋଗ ରାଶି ଭାବେ ଦେବାକୁ ପଡୁଛି । ସାଧାରଣବର୍ଗଙ୍କ ପାଇଁ ୭୫୧ ଟଙ୍କା ଧାର୍ଯ୍ୟ କରାଯାଇଛି, ଯେଉଁଥିରେ କନ୍ୟା ପକ୍ଷ ଦିଅନ୍ତି ୨୫୧ ଟଙ୍କା । ପାହାଡି ମନ୍ଦିର ବିକାଶ ସମିତିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଝାଡ଼ଖଣ୍ଡରେ ଏଭଳି ବ୍ୟବସ୍ଥା ପ୍ରଥମେ ଆରମ୍ଭ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ