ଝିଅ ସପକ୍ଷରେ ବାହାରିଲେ ଚଙ୍କି ପାଣ୍ଡେ
ଅନନ୍ୟା ପାଣ୍ଡେ “ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍ ୨’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି । ବଲିଉଡରେ ଡେବ୍ୟୁ କରିବା ପରେ ପରେ ଅନନ୍ୟା ବିବାଦରେ ଫସି ଯାଇଥିଲେ । ତେବେ ଫିଲ୍ମ ପାଇଁ ନୁହେଁ, ପାଠପଢ଼ାକୁ ନେଇ ଏହି ବିବାଦ ଦେଖାଯାଇଥିଲା ।
ଇନଷ୍ଟାଗ୍ରାମରେ ଜଣେ ୟୁଜର୍ ନିଜକୁ ଅନନ୍ୟାଙ୍କ କ୍ଲାସମେଟ୍ ବୋଲି ଦାବି କରି ଅଭିଯୋଗ କରିଥିଲେ ଯେ “ଟଦ୍ଭସଙ୍ଖରକ୍ସଗ୍ଦସଗ୍ଧଚ୍ଚ କ୍ଟଲ ଝକ୍ଟଙ୍କଗ୍ଧଷରକ୍ସଦ୍ଭ ଉବକ୍ଷସଲକ୍ଟକ୍ସଦ୍ଭସବ’ରେ ସେ ଭୁଲ୍ ଉପାୟରେ ନାଁ ଲେଖାଇଥିଲେ ।
“ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍ ୨’ ଫିଲ୍ମର ପ୍ରାମାସନ୍ କରୁଥିବା ସମୟରେ ଅନନ୍ୟା କହିଥିଲେ, ଟଦ୍ଭସଙ୍ଖରକ୍ସଗ୍ଦସଗ୍ଧଚ୍ଚ କ୍ଟଲ ଝକ୍ଟଙ୍କଗ୍ଧଷରକ୍ସଦ୍ଭ ଉବକ୍ଷସଲକ୍ଟକ୍ସଦ୍ଭସବରେ ତାଙ୍କର ଆଡମିଶନ୍ ହାଇ ସାରିଥିଲା । କିନ୍ତୁ ଅଭିନୟ ପାଇଁ ସ୍ୱପ୍ନ ଦେଖୁଥିବାରୁ ସେ ପଢ଼ିବାକୁ ଯାଇପାରିଲେ ନାହିଁ । ଅନନ୍ୟାଙ୍କର ଏହି ମନ୍ତବ୍ୟକୁ ଇନଷ୍ଟାଗ୍ରାମରେ ତାଙ୍କ ସାଙ୍ଗ ମିଛ ବୋଲି କହିଥିଲେ । ଏପରିକି ସେ ଅନନ୍ୟାଙ୍କର କିଛି ବ୍ୟକ୍ତିଗତ ମେସେଜ୍ ମଧ୍ୟ ଶେଆର୍ କରି ତାଙ୍କୁ ମିଛେଇ ବୋଲି ପ୍ରମାଣ କରିଥିଲେ ।
ଏହାର ଜବାବ ଦେବା ପାଇଁ ଅନନ୍ୟା ତାଙ୍କ ଇନଷ୍ଟାଗ୍ରାମ୍ ପେଜରେ ଏକ ଫଟୋ ପୋଷ୍ଟ କରିଥିଲେ । ସେଥିରେ ସେ ନିଜ ସାର୍ଟିଫିକେଟ୍ ଦେଖାଇଥିଲେ ।
ଏବେ ଏହି ପ୍ରସଙ୍ଗରେ ଅନନ୍ୟାଙ୍କ ବାପା ତଥା ଅଭିନେତା ଚଙ୍କି ପାଣ୍ଡେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି, “ଏହି ଘଟଣା ପରେ ମୋ ଝିଅ ଚିନ୍ତାରେ ପଡ଼ିଯାଇଥିଲା । କିନ୍ତୁ ଏଥିରେ ଭୟଭୀତ ନହୋଇ ସେ ଏହାକୁ ଠିକ୍ ଭାବରେ ହ୍ୟାଣ୍ଡେଲ୍ କରିଥିଲା । ଏହି ବିଷୟରେ ଅଧିକ ସମୟ ପର୍ଯ୍ୟନ୍ତ ଚୁପ୍ ନ ରହିବା ପାଇଁ ମୁଁ ତାକୁ ପରାମର୍ଶ ଦେଇଥିଲି ।’
ବର୍ତ୍ତମାନ ଅନନ୍ୟା କାର୍ତ୍ତିକ୍ ଆର୍ୟନ୍ଙ୍କ ସହିତ “ପତି ପତ୍ନୀ ଔର୍ ବୋ’ ଫିଲ୍ମର ଶୁଟିଂ କରୁଛନ୍ତି । ଏଥିରେ ତାଙ୍କ ସହିତ ଭୂମି ପେଡନାକର ମଧ୍ୟ ଅଛନ୍ତି? ଏହା ବ୍ୟତୀତ ଅନନ୍ୟାଙ୍କୁ “ଖାଲି ପିଲି’ ଫିଲ୍ମରେ ଇଶାନ୍ ଖଟ୍ଟରଙ୍କ ସହ ଦେଖିବାକୁ ମିଳିବ ।


