ଝିଙ୍କିରିଆରୁ ଚାନ୍ଦୁଲି ପଯ୍ୟନ୍ତ ମୁଖ୍ୟରାସ୍ତାରେ ଭାରିଯାନ ଚଳାଚଳକୁ ବନ୍ଦ କରିବା ପାଇଁ ଦାବି
ବୟାଳିଶମୌଜା,(ଯୁଗାବ୍ଦ ନ୍ୟୁଜ) : କଟକସଦର ୪୨ମୌଜ଼ା ଝିଙ୍କିରିଆ ଠାରୁ ଚାନ୍ଦୁଲି ପଯ୍ୟନ୍ତ ମୁଖ୍ୟରାସ୍ତା ରେ ଭାରିଯାନ ଚଳାଚଳ ନ କରିବା ପାଇଁ ସାଧାରଣରେ ଦାବି ହଉଛି । ଏବେ ମୁଖ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ରାସ୍ତା ଅଣ ଓସାରିଆ ହେଉଛି ପ୍ରଶାସନ ତରଫରୁ ଭାରିଯାନକୁ କିଛିଦିନ ପାଇଁ ବନ୍ଦ କରିବା ସହ ରାସ୍ତାରେ ପାଣି ପକେଇବା ସହ ରାସ୍ତା କାମ କରାଯାଉଥିବା ସ୍ଥାନରେ ବୋର୍ଡ ମାରିବା, ନାଲି ପତାକା ମାରିବା, କାମ କରାଯାଉଥିବା ସ୍ଥାନରେ ରେଡ଼ିଅମର ଷ୍ଟିକର ମାରିବା, ବାଲି ଗୋଡି ଯମା ହେଇଥିବା ଜାଗାରେ ବୋର୍ଡ ମାରି ସଚେତନ କରିବାକୁ ଅଂଚଳ ତରଫରୁ ଦାବି କରାଯାଉଛି । ଦିନରେ ଭାରିଯାନ ଯାତାୟତ କରିବା ଦ୍ବାରା ପ୍ରବଳ ଧୂଳି ଉଡିବା ହେତୁ ଦୁଘଟଣା ଘଟୁଛି । ଏ ନେଇ ମୁଖ୍ୟ ରାସ୍ତାରେ ପାଣି ସିଚଂନ କରିବା ନଚେତ ରାତ୍ରକାଳୀନ ସମୟରେ ଭାରୀଯାନ ଚଳାଚଳ କରିବା ଦାବିକୁ ନେଇ ଆମ ୪୨ମୌଜ଼ା ସଂଗଠନର ସଭାପତି ଦେବୀପ୍ରସାଦ ପତି, ଉନ୍ନୟନ ପରିଷଦର ସଭାପତି ଅନୀଲ ଦାସ, ଭାରତୀୟ କିସାନସଙ୍ଘର କଟକ ସଦର ବ୍ଲକର ସମ୍ପାଦକ ଅନୀଲ ମହାପାତ୍ର, ଝୀଙ୍କିରିଆ ଅଧିକାରୀ କିଶୋର ନନ୍ଦ, ମହନ୍ତ ପ୍ରମୋଦ ଦେଵତା, ଶରତ ଦେଵତା, ସୁକାନ୍ତ ଦେଵତା, ପ୍ରମୋଦ ଦେଵତା, ମାନସ ନନ୍ଦ, ଗୌତମ ସ୍ୱାଇଁ, ବସନ୍ତ ପତି, ଅଭୟ ମହାପାତ୍ର, ଅତିଶ ଭୋଳ, ଶଙ୍କର ନନ୍ଦ, ବଂଶୀଧର ତ୍ରିପାଠୀ,ସୁରେଶ ପ୍ରଧାନ, ଚଦ୍ରଶେଖର ନାୟକ, ଅଜୟ ନାୟକ, ସତ୍ୟବ୍ରତ ସାହୁ, ସଲିଲ ଦାସ, ସମ୍ବୁ ଵୈଠାଲୁ ବିଶ୍ୱର ରଞ୍ଜନ ସେଠୀ ସହ ଅନ୍ୟମାନେ ଦାବି କରିଛନ୍ତି ।


