ଝିଟିପିଟି “ଗେକୋ’ର ମୂଲ୍ୟ ବିଏମ୍ଡବ୍ଲୁଠୁ ଅଧିକ

ଆଜିକାଲି ଅନେକ ଲୋକ ବିଭିନ୍ନ ପ୍ରକାରର ରୋଗରେ ପୀଡ଼ିତ । କେହି ମଧୁମେହରେ ପୀଡ଼ିତ ତ ପୁଣି କେହି କର୍କଟ ରୋଗରେ ପୀଡ଼ିତ । କେତେକ ଲୋକ ଏଡ୍ସ ପାଇଁ ବି ଔଷଧ ଖୋଜିଥା’ନ୍ତି । ଏସବୁ ରୋଗର ପ୍ରତିଷେଧକ ରୋଗ ପାଇଁ ଏକ ଔଷଧ ପ୍ରସ୍ତୁତ କରାଯାଉଛି । ଆପଣ ଜାଣି ବିସ୍ମିତ ହେବେ ଯେ,ଏସବୁ ରୋଗ ପାଇଁ ଯେଉଁ ଔଷଧ ତିଆରି ହେଉଛି, ସେଥିରେ “ଗେକୋ’ ନାମକ ଏକ ଝିଟିପିଟିର ପ୍ରମୁଖ ଭୂମିକା ରହିଛି ।
ଏହି ଝିଟିପିଟି ଦକ୍ଷିଣ-ପୂର୍ବ ଏସିୟ ଦେଶମାନଙ୍କରେ ମିଳିଥାଏ । ସେହି ଅଞ୍ଚଳର ଲୋକେ ଏହି ଝିଟିପିଟିର ମାଂସରେ ମଧୁମେହ, ନପୁଂସକତା,ଏଡ୍ସ ଓ କର୍କଟ ଆଦି ରାଗର ନିଦାନ ଲାଗି ପାରମ୍ପରିକ ଔଷଧ ପ୍ରସ୍ତୁତ କରୁଛନ୍ତି । ଠିକ୍ ସେହିପରି ଚୀନର ପାରମ୍ପରିକ ଔଷଧରେ ବି ଏହି ଗିକୋ ଝିଟିପିଟିର ମାଂସର ଉପଯୋଗ କରୁଛନ୍ତି । ଏହି କାରଣରୁ ଏହି ପ୍ରଜାତିର ଝିଟିପିଟିର ଚାହିଦା ଏସବୁ ଅଞ୍ଚଳରେ ଖୁବ୍ ବଢ଼ିଯାଇଛି । ନିକଟରେ ଭାରତ-ନେପାଳ ସୀମାନ୍ତରେ ଏମ୍ଏସବିର ୧୯ ତମ ବାଟାଲିଅନ୍ରେ “ଗେକୋ’ ନାମକ ଝିଟିପିଟି ଧରିଥିବା ଅଭିଯାଗରେ କିଛି ଲୋକଙ୍କୁ ଗିରଫ କରାଯାଇଥିଲା । ହେଲେ ଆପଣ କ’ଣ ଜାଣନ୍ତି ଯେ,ଏହି ଝିଟିପିଟିର ମୂଲ୍ୟ ଖୁବ୍ ଅଧିକ । କୁହାଯାଉଛି ଯେ,ଏହାର ମୂଲ୍ୟ ଦାମିକା ବିଏମଡବ୍ଲୁ କାରଠାରୁ ବି ଅଧିକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ